Latest Odisha News

BREAKING NEWS

ବାଲେଶ୍ଵରରେ ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ । ଛୁରାମାଡ଼ ପଛରେ ବିଜେଡି ରୁ ବହିଷ୍କୃତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ସ୍ଥାନୀୟ ଠିକାଦାର ପ୍ରଭାତ ବିଶ୍ଵାଳ ଙ୍କ ହାତ ଥିବା ନେଇ କହିଛନ୍ତି ତନ୍ମୟ ।

ଆଜି ସକାଳୁ ତନ୍ମୟ ଘରୁ ବାହାରି ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ପଛପଟୁ ଦୁଇ ଜଣ ଦୁର୍ବୁତ୍ତ ଆସି ଛୁରାମାଡ଼ କରି ସେଠାରୁ ଫେରାର ହୋଇ ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତନ୍ମୟ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ପୂର୍ବରୁ ତନ୍ମୟ କୃଷି ଯନ୍ତ୍ରପାତି ଦୁର୍ନିତୀ ରେ ରେମୁଣା ବିଧାୟକଙ୍କ ବିରୁଦ୍ଧରେ ଲୋକାୟୁକ୍ତର ଦ୍ବାରସ୍ଥ ହୋଇଥିଲେ । କିଛି ଦିନ ପୂର୍ବରୁ ସେ ବିଧାୟକଙ୍କ ସମର୍ଥକ ତଥା ବିଜେଡି ଉପସଭାପତି ଠିକାଦାର ପ୍ରଭାତ ବିଶ୍ବାଳ କରୁଥିବା କାମର ଦୁର୍ନିତୀ ବିରୁଦ୍ଧରେ ଲୋକାୟୁକ୍ତ ରାଜ୍ୟ ଭିଜିଲାନ୍ସ କୁ ତଦନ୍ତ ଦାୟିତ୍ବ ଦେଇଥିଲେ । ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦେବା ସହ ବିଧାୟକ ଏହି ଦୁର୍ନୀତିରେ ସଂପୃକ୍ତ ଓ କୋଟି କୋଟି ଟଙ୍କା ଲୁଟ୍ ହୋଇଥିବାର ସ୍ପଷ୍ଟ କରିଥିଲେ ।

ଏହାପରେ ଗୁଣ୍ଡା ମାନେ ଓ ଦଳୀୟ କର୍ମୀ ମାନେ ତନ୍ମୟଙ୍କୁ ହଇରାଣ କରିବା, ହତ୍ୟା ଧମକ ଦେବା, ମହିଳାଙ୍କୁ ଲଗେଇ ମିଛ ଧମକ ଦେବା ଇତ୍ୟାଦି କରି ଚାଲିଥିଲେ । ଏନେଇ ଆଜି ସକାଳେ ଗୁଣ୍ଡାମାନେ ତନ୍ମୟ ଙ୍କୁ ଜୀବନରୁ ମାରିଦେବାକୁ ଛୁରାମାଡ କରିଛନ୍ତି । ବର୍ତ୍ତମାନ ତନୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ସମ୍ପର୍କରେ ପଚାରିବାରୁ ବିଧାୟକ ଓ କ୍ରଣ୍ଟାକ୍ଟର ପ୍ରଭାତ ବିଶ୍ବାଳ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

Leave A Reply

Your email address will not be published.