Latest Odisha News

BREAKING NEWS

ଆସ ବୁଲିଯିବା ଓଡିଶା: ପ୍ରକୃତିପ୍ରେମୀଙ୍କୁ ଆନମନା କରେ କଙ୍କିଳୀ କାଜୁ ଫିଲ୍ଡ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ତାଳଚେର: ଚାଲିଛି ଶୀତ ଋତୁ । ଆଉ ରାତି ପାହିଲେ ନୂଆବର୍ଷ । ସାଧାରଣତଃ ନୂଆବର୍ଷର ଆଗମନରେ ସମସ୍ତେ ବାହାରିଯାଆନ୍ତି ପିକନିକ୍ କରିବା ପାଇଁ । ପରିବାର ବର୍ଗଙ୍କ ସହ ହେଉ ଅବା ସାଙ୍ଗ ସାଥି ମେଳରେ ବୁଲି ଯିବା ସହ ଭୋଜି ଭାତ କରି ମଉଜ କରିବା ସହ କଲରଫୁଲ ଫଟୋ ଉଠାଇ ସାଇତି ରଖିବା ସମସ୍ତଙ୍କ ମନ । ଏଥିପାଇଁ ନିଜ ମନ ପସନ୍ଦର ସ୍ଥାନ ଚୟନ କରିଥାନ୍ତି ଲୋକେ। କୁଳୁକୁଳୁ ଶବ୍ଦରେ କୂଳ ଛୁଉଁଛି ମଧୁର ନୀଳ ଜଳ ରାଶି । ଶାନ୍ତ ମନ ଲୋଭା ପରିବେଶ ପାଖରୁ ଯେତେ ଲୋଭନୀୟ ଦୂରରୁ ମଧ୍ୟ ସେତେ ଆକର୍ଷଣୀୟ ।

ତେବେ ନୂଆବର୍ଷରେ ଆସନ୍ତୁ ବୁଲି ଯିବା ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ଗ୍ରାମରେ ଥିବା କାଜୁ ଫିଲ୍ଡକୁ l ପ୍ରତି ବର୍ଷ ଏଠାରେ ଦେଖିବାକୁ ମିଳିଥାଏ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ l ଘଞ୍ଚ ଜଙ୍ଗଲ ସାଙ୍ଗକୁ ବ୍ରାହ୍ମଣୀ ନଦୀର କୁଳୁ କୁଳୁ ପାଣି ସତେ ଯେପରି ଆନମନା କରିଦିଏ ପର୍ଯ୍ୟଟକର ମନ । ପ୍ରାକୃତିକ ସୌଦର୍ଯ୍ୟରେ ଭରପୁର ଏହି ପରିବେଶ ପର୍ଯ୍ୟଟକଙ୍କ ମନକୁ ଆନ୍ଦୋଳିତ କରିଥାଏ  l

ଏହା ମଧ୍ୟ ପଢନ୍ତୁ

https://odishasambad.in/lets-take-a-tour-of-gudguda-waterfall-of-sambalpur-a-place-with-great-blend-of-nature-and-peace/

ନୂଆବର୍ଷକୁ ଦୃଷ୍ଟିରେ ରଖି ସାଧାରଣତଃ ଲୋକ ମାନେ ଖୋଜିଥାନ୍ତି ଶାନ୍ତ ଓ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏକ ସୁନ୍ଦର ପରିବଶ । ଯାହା ସେମାନଙ୍କୁ ଏହି ବ୍ୟସ୍ତ ବହୁଳ ଜୀବନରୁ ଟିକେ ବିରାମ ଦେଇ ମନରେ ଅନେକ ଶାନ୍ତି ଭରିଦେବ । ସେଥିପାଇଁ ତାଳଚେରବାସୀଙ୍କ ପ୍ରଥମ ପସନ୍ଦ ଥାଏ ଏହି କଙ୍କିଳୀ କାଜୁ ଫିଲ୍ଡ । କେବଳ ଯେ ତାଳଚେର ବାସୀ ତାହା ନୁହେଁ ଦେଶର ବହୁ କୋଣ ଅନୁକୋଣରୁ ମଧ୍ୟ ପର୍ଯ୍ୟଟକ ମାନେ ଛୁଟି ଆସନ୍ତି ଏଠାକୁ । ଏଠାର ଶାନ୍ତି ପୂର୍ଣ୍ଣ ପରିବେଶ ସାଙ୍ଗକୁ ମନକୁ ଆକର୍ଷଣ କଲାଭଳି ବ୍ରାହ୍ମଣୀ ନଦୀର ଜଳ ପ୍ରପାତ ପର୍ଯ୍ୟଟକଙ୍କଙ୍କୁ ସତେ ଯେମିତି ଟାଣି ଆଣିଥାଏ ତା ପାଖକୁ ।

Leave A Reply

Your email address will not be published.