Interim pm Sushila Karki: ଶପଥ ନେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି; ଜାଣନ୍ତୁ ଭାରତ ସହ କ’ଣ ରହିଛି ସମ୍ପର୍କ …
କାଠମାଣ୍ଡୁ : ନେପାଳରେ ହିଂସାତ୍ମକ ପ୍ରତିବାଦ ପରେ କେପି ଶର୍ମା ଓଲିଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ସୁଶୀଳା କାର୍କିଙ୍କ ଶପଥ ଗ୍ରହଣ କରିଛନ୍ତି । ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ସମସ୍ତ ପ୍ରମୁଖ ରାଜନୈତିକ ଦଳ ଏବଂ ‘Gen-Z’ ପ୍ରତିବାଦକାରୀ ଗୋଷ୍ଠୀ ମଧ୍ୟରେ କାର୍କିଙ୍କ ନାମ ସର୍ବସମ୍ମତିରେ ସ୍ଥିର ହୋଇଥିଲା। ସୁଶୀଳା କାର୍କିଙ୍କ ବୟସ ୭୩ ବର୍ଷ ଏବଂ ସେ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି ପୌଡେଲ ଏବଂ ନବନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଉପରାଷ୍ଟ୍ରପତି ରାମ ସହାୟ ଯାଦବ ଏବଂ ମୁଖ୍ୟ ବିଚାରପତି ପ୍ରକାଶ ମାନ ସିଂହ ରାୱତ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ପୌଡେଲ କହିଛନ୍ତି ଯେ, ନୂତନ ଅନ୍ତରୀଣ ସରକାରଙ୍କୁ ଛଅ ମାସ ମଧ୍ୟରେ ନୂତନ ସଂସଦୀୟ ନିର୍ବାଚନ କରାଇବାର ଦାୟିତ୍ୱ ଦିଆଯାଇଛି।
ସୂଚନାଥାଉକି, ସୁଶୀଳା କାର୍କୀ ନେପାଳର ସୁପ୍ରମକୋର୍ଟର ପ୍ରଧାନ ବିଚାରପତି ଥିଲେ । ସେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍ୟୁ)ରୁ ରାଜନୀତି ବିଜ୍ଞାନରେ ସ୍ନାତୋକତ୍ତର କରିଥିଲେ। ଅନ୍ୟପକ୍ଷେ, ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସଂସଦ ଭଙ୍ଗ କରିଛନ୍ତି। ଜେନ୍-ଜେଡ୍ ନେତାମାନେ ସଂସଦ ଭାଙ୍ଗିବା ପାଇଁ ଦାବି କରିଥିଲେ ।
Comments are closed.