Latest Odisha News

ବିଶିଷ୍ଟ ନାଟ୍ୟକାର ତଥା ଲେଖକ ଅକ୍ଷୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଦୂରଦର୍ଶନର ପୂର୍ବତନ ବରିଷ୍ଠ ପ୍ରଯୋଜକ ଅକ୍ଷୟ ମହାନ୍ତିଙ୍କ ପରଲୋକ ଘଟିଛି । ଶ୍ରୀ ମହାନ୍ତି ୮୩ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ।

ପୂର୍ବରୁ ସେ ନୂଆଦିଲ୍ଲୀ ମଣ୍ଡି ହାଉସର କାର୍ଯ୍ୟକ୍ରମ ମୁଖ୍ୟ ଭାବେ ଦାୟିତ୍ୱ ସଂପନ୍ନ କରିଛନ୍ତି । ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ ବେଶ୍ ପରିଚିତ ।

ଶୁକ୍ରବାର ସକାଳ ସାତଟା ସମୟରେ ଶ୍ରୀ ମହାନ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଜି ପୁରୀ ସ୍ବର୍ଗ ଦ୍ବାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି।ତାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି।

Comments are closed.