Latest Odisha News

ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପତ୍ନୀ, ଗଣିବେ ୧୨ ଲକ୍ଷର ତଣ୍ଡ

ଭୁବନେଶ୍ଵର: ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପତ୍ନୀ । ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ସୀମାଦ୍ରୀ ନାୟକ ଓ ପତ୍ନୀ ଲକ୍ଷ୍ମୀ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ନବରଙ୍ଗପୁର ଉମରକୋଟ ଆର ଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଥିଲେ ସୀମାଦ୍ରୀ। ତାଙ୍କ ଠାରୁ ୩୮ ଲକ୍ଷ ୪୦ ହଜାର ୭୬୯ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ।

ସୂଚନା ଅନୁସାରେ, ନିର୍ବାହୀ ଯନ୍ତ୍ରୀ ସୀମାଦ୍ରୀ ନାୟକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାଙ୍କ ପତ୍ନୀ ଲକ୍ଷ୍ମୀ ନାୟକଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ସମୟରେ ଜରିମାନା ନ ମିଳିଲେ ସୀମାଦ୍ରୀଙ୍କୁ ୬ ମାସ ଜେଲଦଣ୍ଡ ମିଳିବା ବେଳେ ଲକ୍ଷ୍ମୀଙ୍କୁ ଅଧିକ ୩ ମାସ ଜେଲଦଣ୍ଡ ମିଳିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହାସହ ସୀମାଦ୍ରୀଙ୍କ ପେନସନ ବନ୍ଦ କରିବା ପାଇଁ କୋର୍ଟକୁ ଅନୁରୋଧ କରିବ ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଉମରକୋଟ ଆର ଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଥିଲେ ସୀମାଦ୍ରୀ। ୨୦୧୪ ମସିହାରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୀମାଦ୍ରୀଙ୍କର ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ତାଙ୍କ ଠାରୁ ୩୮ ଲକ୍ଷ ୪୦ ହଜାର ୭୬୯ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ।

Comments are closed.