Latest Odisha News

BREAKING NEWS

ପନ୍ତଙ୍କୁ ପରାମର୍ଶ ! ଗ୍ରହଣ କରନି ଅଧୀନାୟକ ପଦ

ନୂଆଦିଲ୍ଲୀ: ଭାରତୀୟ ୱିକେଟକିପର୍-ବ୍ୟାଟର ରିଷଭ ପନ୍ତଙ୍କୁ ଇଣ୍ଡିଅନ୍ ପ୍ରିମିୟର୍ ଲିଗ୍ ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ର ଅଧିନାୟକ ପଦ ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଛି।

ପନ୍ତଙ୍କୁ ଏହି ଅଧିନାୟକତ୍ୱ ପ୍ରସ୍ତାବ ଆସିଲେ ମଧ୍ୟ ଗ୍ରହଣ ନକରି ନିଜ ବ୍ୟାଟିଂ ଓ ଖେଳ ଉପରେ ମନୋନିବେଶ କରିବାକୁ ପରାମର୍ଶ ଦେଇଛନ୍ତି ଭାରତର ପୂର୍ବତନ ଓପନର ୱାସିମ୍ ଜାଫର।

ୱାସିମ୍ ଜାଫର ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, ” ଯଦି ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ କପ୍ତାନୀ ଅଫର କରେ, ତେବେ ସେ ଏହାକୁ ମନା କରିବା ଉଚିତ୍। ଅଧିନାୟକ ପଦବୀ ସହିତ ଟିମ୍ ମାଲିକ, ପ୍ରଶଂସକ ଏବଂ ମ୍ୟାଚ୍ ଜିତିବାର ପ୍ରଚଣ୍ଡ ଚାପ ଆସିଥାଏ। ୱିକେଟକିପିଂ ଏବଂ ବ୍ୟାଟିଂ ସହ କପ୍ତାନୀର ଚାପ ସମ୍ଭାଳିବା ପନ୍ତଙ୍କ ପାଇଁ କଷ୍ଟକର ହୋଇପାରେ।

ସୂଚନାଯୋଗ୍ୟ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ଏକ ପ୍ରମୁଖ ଟ୍ରେଡ୍ ଚୁକ୍ତି ମାଧ୍ୟମରେ ପନ୍ତ ପୁଣି ଦିଲ୍ଲୀ ଟିମକୁ ଫେରିଛନ୍ତି। ଲକ୍ଷ୍ନୌ ଦଳରେ ୨୭ କୋଟି ଟଙ୍କାରେ ସାମିଲ ହୋଇଥିବା ପନ୍ତ ଏବେ ୧୫ କୋଟି ଟଙ୍କାରେ ଦିଲ୍ଲୀକୁ ଫେରିଛନ୍ତି।

 

Comments are closed.