Latest Odisha News

BREAKING NEWS

ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩୦୦/୫, ଦେବଦତ୍ତଙ୍କ କ୍ରମାଗତ ଦ୍ୱିତୀୟ ଶତକ

କଲମ୍ବୋ: କୋଲମ୍ବୋର ସିଂହଳୀ ସ୍ପୋର୍ଟସ କ୍ଲବରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୩୦୦ ରନ୍ ସଂଗ୍ରହ କରିଛି । ରବିବାର ଷ୍ଟମ୍ପସ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୭ ରନ୍ ଓ ସାରାଂଶ ଜୈନ ୪ ରନ୍ କରି ନାବାଦ ଅଛନ୍ତି । ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ ରବୀନ୍ଦ୍ର ଜାଡେଜା ୪୩ ରନ୍ କରି ଅସିଥା ଫର୍ଣ୍ଣାଣ୍ଡୋଙ୍କ ଇନସ୍ୱିଙ୍ଗ ବଲ୍‌ରେ ବୋଲ୍ଡ ହୋଇଥିଲେ ।

ଦେବଦତ୍ତ ପଡ଼ିକ୍କଲଙ୍କ ଶତକ: ଦେବଦତ୍ତ ପଡ଼ିକ୍କଲ (୧୧୭ ରନ୍) ଚମତ୍କାର ଶତକୀୟ ପାରୀ ଖେଳିଛନ୍ତି । ଟେଷ୍ଟ କ୍ୟାରିୟରରେ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ । ଏହା ପୂର୍ବରୁ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ସେ ୧୬୭ ରନ୍ କରିଥିଲେ । ଶୁଭମନ ଗିଲ ୫୦,  ଯଶସ୍ୱୀ ଜୈସୱାଲ ୪୫, କେ.ଏଲ. ରାହୁଲ ୧୮ ରନ୍ ରିଷଭ ପନ୍ତ: ୩ ରନ୍ (ଆଘାତପ୍ରାପ୍ତ ହୋଇ ରିଟାୟାର୍ଡ ହର୍ଟ) ଶ୍ରୀଲଙ୍କା ପକ୍ଷରୁ ବୋଲର ଅସିଥା ଫର୍ଣ୍ଣାଣ୍ଡୋ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି ।

ପନ୍ତ ବ୍ୟାଟିଂ କରୁଥିବା ସମୟରେ ଆଘାତପ୍ରାପ୍ତ ହୋଇ ପଡ଼ିଆ ଛାଡ଼ିଛନ୍ତି । ଲହିରୁ କୁମାରାଙ୍କର ଏକ ସର୍ଟ ବଲ୍‌ରେ ପୁଲ୍ ଶଟ୍ ମାରିବାକୁ ଚେଷ୍ଟା କରୁଥିବା ବେଳେ ବଲ୍‌ଟି ସିଧାସଳଖ ଆସି ପନ୍ତଙ୍କ ଗ୍ଲୋବ୍ସରେ ବାଜିଥିଲା। ଫିଜିଓଙ୍କ ପ୍ରାଥମିକ ଚିକିତ୍ସା ପରେ ଯନ୍ତ୍ରଣା ନ କମିବାରୁ ସେ ୩ ରନ୍ କରିଥିବା ବେଳେ ଅଧାରୁ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ସଂକ୍ଷିପ୍ତ ସ୍କୋରକାର୍ଡ (ପ୍ରଥମ ଦିନ):ଭାରତ: ୩୦୦/୫ (୮୫ ଓଭର)ମୁଖ୍ୟ ସ୍କୋରର: ଦେବଦତ୍ତ ପଡ଼ିକ୍କଲ (୧୧୭), ଶୁଭମନ ଗିଲ (୫୦) ସଫଳ ବୋଲର: ଅସିଥା ଫର୍ଣ୍ଣାଣ୍ଡୋ (୩/୪୬) ।

Leave A Reply

Your email address will not be published.