Latest Odisha News

BREAKING NEWS

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ରବି ମଲ୍ଲିକ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ତଥା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏପରିକି ସେ ଜିଲ୍ଲା ଯୋଜନା ବୋର୍ଡ଼ର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି l

ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଦଳ ତାଙ୍କ ପ୍ରତି ଉଦାସୀନ ମନୋଭାବ ରଖୁଥିବା ନେଇ ଉକ୍ତ ପତ୍ରରେ ସେ ଉଲ୍ଲେଖ କରିଛନ୍ତି ।

ଶ୍ରୀଯୁକ୍ତ ମଲ୍ଲିକ ବିଜେଡି ଟିକେଟରୁ ୨୦୦୯ ବିଧାନସଭା ନିର୍ବାଚନ ଲଢି କାକଟପୁରରୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ନିର୍ବାଚନରେ ଦଳ ତାଙ୍କୁ ଚୟନ ନକରି ତାଙ୍କ ବଦଳରେ ସୁରେନ୍ଦ୍ର ସେଠୀକୁ ମଇଦାନକୁ ଓହ୍ଲାଇଥିଲା ।

Leave A Reply

Your email address will not be published.