Latest Odisha News

ରାଜନୀତିରୁ ସନ୍ୟାସ ନେଲେ ଭେଟରାନ କଂଗ୍ରେସ ନେତା ବିରପ୍ପା ମୋଇଲି

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ତଥାୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରପ୍ପା ମୋଇଲି । ଚିକ୍କାବାଲାପୁର ଆସନରୁ ଟିକେଟ୍ ଆଶାୟୀ ଥିବା ବିରପ୍ପାଙ୍କୁ ଦଳ ଅଣଦେଖା କରି ରାଧା ରମେୟାଙ୍କୁ ପ୍ରାର୍ଥୀ କରିବାରୁ ସେ ଏଥିରେ ନିରାଶ ହୋଇ ଆଉ ନିର୍ବାଚନ ଲଢିବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।

ତେବେ ସେ ଜଣେ ସାଧାରଣ କଂଗ୍ରେସ କର୍ମୀ ଭାବେ ରାଧା ରମେୟାଙ୍କ ପାଇଁ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି ।

ବିରପ୍ପା ମୋଇଲି ୧୯୯୨ ନଭେମ୍ବର ରୁ ୧୯୯୪ ମସିହା ଡିସେମ୍ବର ପର୍ଯ୍ୟନ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହାପରେ ୟୁପିଏ ସରକାରରେ ସେ ପେଟ୍ରୋଲିୟମ ମନ୍ତ୍ରୀ ପଦରେ ମଧ୍ୟ ଆସିନ ହୋଇଥିଲେ ।

Leave A Reply

Your email address will not be published.