Latest Odisha News

BREAKING NEWS

ମହିଳା ରିପୋର୍ଟରଙ୍କ ଉପରକୁ କୁକୁର ଛାଡି ନିଜ ନିଷ୍ପତିକୁ ଠିକ୍ ଦର୍ଶାଇଲେ ପୂର୍ବତନ ମନ୍ତ୍ରୀ, ଥାନାରେ ଏତଲା

ଭୁବନେଶ୍ୱର: ରିପୋର୍ଟିଂ କରୁଥିବା ଜଣେ ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିଦେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ। ରାଜଧାନୀରେ ବିଜେଡି ନେତାଙ୍କ ଏଭଳି ଆଚରଣ ମହଳା ସାମ୍ବାଦିକା ଏବଂ ତାଙ୍କ କ୍ୟାମେରାମ୍ୟାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ଯଦିଓ ଏବେ ଉଭୟ ସୁରକ୍ଷିତ ଅଛନ୍ତି କିନ୍ତୁ ସଂପୃକ୍ତ ନେତା ସଫେଇ ଦେଇ କହିଛନ୍ତି ସେ ଛାଡିବାକୁ କହିଥିଲେ। ଏବେ ସଂପୃକ୍ତ ସାମ୍ବାଦିକ କାମ କରୁଥିବା ସଂସ୍ଥା ଅର୍ଗସ ନ୍ଯୁଜ ତରଫରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ କ୍ବାର୍ଟସ କାହିଁକି ଭଙ୍ଗାଯାଉଛି ଏହାର ଖବର ସଂଗ୍ରହ ପାଇଁ ଚିନ୍ମୟୀ ସାହୁ ନାମକ ମହିଳା ସାମ୍ବାଦିକା ରଘୁ ନନ୍ଦନଙ୍କ କ୍ବାର୍ଟସ ଭିତର ଦେଇ ଯାଇଥିଲେ। ଏଥିପାଇଁ ସେ କ୍ବାର୍ଟସର ସିକ୍ୟୁରିଟିଙ୍କ ପାଖରୁ ଆବଶ୍ୟକ ଅନୁମତି ନେଇନଥିବା ଜଣାପଡ଼ିଛି। ଏହାପରେ ରିପୋର୍ଟର ପୂର୍ବତନ ମନ୍ତ୍ରୀଙ୍କ ଘର ଦେଇ ଯାଉଥିବା ବେଳେ ରିପୋର୍ଟରଙ୍କ ଉପରେ ପୂର୍ବତନ ବିଧାୟକ ରଘୁନନ୍ଦନ ଦାସ କୁକୁର ଛାଡିଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଅର୍ଗସ ନ୍ୟୁଜ ତରଫରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଏପରି ଘଟଣାକୁ ରାଜ୍ୟର ସାମ୍ବାଦିକମାନେ ନିନ୍ଦା କରିଛନ୍ତି। ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି, 24 ବର୍ଷ ହେବ ରାଜ୍ୟରେ ସାମ୍ବାଦିକମାନଙ୍କୁ ଯେଉଁଭଳି ବ୍ୟବହାର କରାଯାଉଥିଲା। ଏହା ହେଉଛି ତାର ନମୁନା। ଜଣେ ସାମ୍ବାଦିକଙ୍କ ଉପରେ କୁକୁର ଛାଡିବା ଅତ୍ୟନ୍ତ ନିନ୍ଦନୀୟ। ରଘୁ ନନ୍ଦନ ଦାସ ନିଜେ ସ୍ବୀକାର କରିଛନ୍ତି ଯେ ସେ କୁକୁର ଛାଡିଛନ୍ତି। ଏପରି ସ୍ଥିତିରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ନଚେତ ଏହାକୁ ନେଇ ସାମ୍ବାଦିକମାନେ ସାରା ଓଡିଶାରେ ପ୍ରତିବାଦ କରିବେ ଏବଂ ଏହାକୁ ଏକ ପ୍ରସଙ୍ଗ କରାଯିବ ବୋଲି ପ୍ରସନ୍ନ ମହାନ୍ତି କହିଛନ୍ତି।

Comments are closed.