Latest Odisha News

BREAKING NEWS

ଅନୁଗୁଳ : ରେଳଲାଇନ କଡରୁ ପୂର୍ବତନ ବିଧାୟକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କଇଁଫୁଲିଆ ରେଳଲାଇନ୍ କଡରୁ ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

ଏହି ୮୫ ବର୍ଷୀୟ ପୂର୍ବତନ ବିଧାୟକ କୌଣସି କାରଣ ପାଇଁ ବଇଣ୍ଡା ଅଭିମୁଖେ ଯାଉଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ଏଥିସହିତ ବୃଦ୍ଧାବସ୍ଥା ଯୋଗୁଁ ତାଙ୍କର ସ୍ମୃରଣ ଶକ୍ତିରେ ସାମାନ୍ୟ ହ୍ରାସ ଘଟିଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଟ୍ରେନ ଯାତ୍ରା ସମୟରେ ସେ କୌଣସି କାରଣବଶତଃ ଭାରସାମ୍ୟ ହରାଇ କିମ୍ବା କଇଁଫୁଲିଆ ଠାରେ ଟ୍ରେନରୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବାବେଳେ ଭାରସାମ୍ୟ ହରାଇ ତଳେ ଖସିପଡିଥିଲେ ଏବଂ ତଳେ ପଡିବା ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଉଛି ।

ସ୍ୱର୍ଗତଃ ରାଜକିଶୋର ପ୍ରଧାନ ୧୯୭୧ ମସିହାରେ ଉତ୍କଳ କଂଗ୍ରେସ ଦଳରୁ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.