Latest Odisha News

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ

ଝାରସୁଗୁଡା: ଡବଲ ମର୍ଡର ମାମଲାରେ ରାୟଗଡ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ ହୋଇଛନ୍ତି ।  ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ରାୟଗଡା ଜେଲ କର୍ତ୍ତୃପକ୍ଷ।

ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁପଙ୍କୁ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପରେ ତାଙ୍କୁ ଜିନ୍ଦଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଚର୍ଚ୍ଚିତ ମା-ଝିଅ ହତ୍ୟାକାଣ୍ଡର ଅଭିଯୁକ୍ତ ଭାବେ ଅନୁପ ରାୟଗଡ ଜେଲରେ ୭ ମାସରୁ ଉର୍ଦ୍ଧ୍ବ ସମୟ ହେବ ଜେଲରେ ଅଛନ୍ତି ।

Leave A Reply

Your email address will not be published.