Latest Odisha News

BREAKING NEWS

ପଜିଟିଭ ଚିହ୍ନଟ ହେଲେ ‘ୟେ ରିସ୍ତା କ୍ୟା କେହେଲାତା ହେ’ର ୭ ସଦସ୍ୟ

ମୁମ୍ବାଇ: ଲୋକପ୍ରିୟ ଟିଭି ରିୟାଲିଟି ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ସେଟରେ କରୋନା । ଏଠାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ୩ କଳାକାର ଓ ୪ ଜଣ ଟେକ୍ନିସିଆନ। ଏଥିପାଇଁ ସୁଟିଂକୁ ଆଜିଠାରୁ ସ୍ଥଗିତ ମଧ୍ୟ ରଖାଯାଇଛି ।

ସୂଚନା ଅନୁସାରେ, ଅଭିନେତା ସଚିତ ତ୍ୟାଗୀ, ସମୀର ଓଙ୍କାର ଓ ସ୍ୱାତୀ ଚିତନିସ ଆଦିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି ।

ଏନେଇ ସଚିନ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ମୋର କରୋନା ଟେଷ୍ଟ ପଜିଟିଭ୍ ଆସିଛି । ଆମେ ବହୁତ ସତର୍କତାର ସହ ସୁଟିଂ କରୁଥିଲୁ, ତଥାପି କରୋନା ସଂକ୍ରମିତ ହୋଇଗଲୁ । କିନ୍ତୁ ସମସ୍ତ ଘଟଣାକୁ ସକାରାତ୍ମକ ଭାବେ ଗ୍ରହଣ କରିବା ଉଚିତ୍ । ମୋର କୌଣସି ଲକ୍ଷଣ ନଥିଲା, କିନ୍ତୁ ଠିକ୍ ସମୟରେ ମୁଁ ଟେଷ୍ଟ କରାଇଥିଲି।’

Leave A Reply

Your email address will not be published.