Latest Odisha News

ଭିଜିଲାନ୍ସ ଜାଲରେ ଫସିଲେ ପୂର୍ବତନ ବିଧାୟକ ଅନାମ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ସୂଚନା ଅନୁଯାୟୀ ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ୱାବଧାନରେ ଏହି ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିସହିତ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଭବାନୀପାଟଣାସ୍ଥିତ ବାସଭବନ, ମଦନପୁର ରାମପୁରରେ ଥିବା ହୋଟେଲ ସମେତ ଅନେକ ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି ।

ତେବେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଅନାମଙ୍କ ଘରେ ଏହି ଚଢାଉ କାର୍ଯ୍ୟ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ, ଗତ ୨୦୧୪ ମସିହାରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ଅନାମ ନାୟକ ବିଜେଡି ଦଳରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Comments are closed.