Latest Odisha News

BREAKING NEWS

ଜିସାଟ୍‌-୩୦ର ସଫଳ ଉତକ୍ଷେପଣ, ଯୋଗାଯୋଗ ବ୍ୟବସ୍ଥାରେ ବଡ ପରିବର୍ତ୍ତନ

ବେଙ୍ଗାଲୁରୁ: ୟୁରୋପୀୟ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୦କୁ ଶୁକ୍ରବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି।

ଭାରତୀୟ ସମୟାନୁଯାୟୀ ଏହା ପ୍ରାୟ ରାତି ୨ଟା ୩୫ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟିକୁ ଏରିଏନ୍-୫ ଜରିଆରେ ମହାକାଶକୁ ଛଡାଯାଇଛି।

ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ଜିସାଟ୍‌-୩୦ ଯୋଗାଯୋଗ ଉପଗ୍ରହ ଇନସେଟ୍‌-୪ଏର ସ୍ଥାନ ନେବାକୁ ଯାଉଛି । ଯାହାକୁ ୨୦୦୫ ମସିହାରେ ଉତକ୍ଷେପଣ କରାଯାଇଥିଲା । ଏହାର ପ୍ରଭାବରେ ସରକାରୀ ଓ ବେସରକାରୀ କମ୍ପାନୀକୁ ସଞ୍ଚାର ଲିଙ୍କ ପ୍ରଦାନ କରିବାର କ୍ଷମତା ବଢିଯିବ ।

ଏହି ସାଟେଲାଇଟ୍ ଭିସାଟ୍ ନେଟ୍ଓ୍ଵାର୍କ, ଟେଲିଭିଜନ୍ ଅପ୍ଲିଙ୍କ୍, ଡିଜିଟାଲ୍ ସାଟେଲାଇଟ୍ ନିଉଜ୍ ଗ୍ୟାଦରିଙ୍ଗ୍, ଡିଟିଏଚ୍-ଟେଲିଭିଜନ୍ ସର୍ଭିସ୍, ସେଲୁଲାର୍ ବ୍ୟାକହଲ୍ ସଂଯୋଗ ଆଦି କ୍ଷେତ୍ରରେ କାର୍ଯ୍ୟ କରିବ।

ଆହୁରି ମଧ୍ୟ ୩, ୩୫୭ କିଲୋ ଓଜନ ବିଶିଷ୍ଟ ଏହି ଜିସାଟ୍-୩୦ ଉପଗ୍ରହ ବହୁବିଧ ଯୋଗାଯୋଗ ସୁବିଧା ଉପଲବ୍ଧ କରାଇବ । ଏହା ହେଉଛି ଭାରତର ୨୪ତମ ସାଟେଲାଇଟ୍‌, ଯାହାକୁ ଆରିୟନସ୍ପେସର ରକେଟ ଦ୍ୱାରା ଉତକ୍ଷେପଣ କରାଯାଇଛି ।

ଏହା ଆଗାମୀ ୩୦ ବର୍ଷ ଧରି କାର୍ଯ୍ୟ କରିବ ଏବଂ ଏହି କେୟୁ ବ୍ୟାଣ୍ଡରେ ଭାରତୀୟ ମୁଖ୍ୟ ଭୂମି ଓ ଦ୍ୱୀପକୁ ସି ବ୍ୟାଣ୍ଡରେ ଉପକୂଳ ଦେଶ ବହୁସଂଖ୍ୟାରେ ଏସୀୟ ଦେଶ ଓ ଅଷ୍ଟ୍ରେଲିଆକୁ କଭରେଜ୍ ପ୍ରଦାନ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି।

 

Leave A Reply

Your email address will not be published.