Latest Odisha News

BREAKING NEWS

ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ବୈଜୟନ୍ତଙ୍କ ସହ ବିବାଦ ତେଜିଲା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଦଳର ଜଣେ ପୂର୍ବତନ ସାଂସଦ ମିଥ୍ୟା ପ୍ରଚାର କରିଛନ୍ତି ବୋଲି ସୋମବାର ଦିନ ଏନଡିଟିଭି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ନବୀନ କହିଛନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ବୈଜୟନ୍ତ ହାସ୍ୟାସ୍ପଦ କହି ଏଡାଇ ଦେଇଛନ୍ତି ।

ଶାସକ ଦଳ ବିଜେଡି ପକ୍ଷରୁ ଗତ ସପ୍ତାହରେ ନବୀନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଉକ୍ତ ଭିଡିଓରେ ସେ ଜଗିଂ ଠାରୁ ଆରମ୍ଭ କରି ସାଇକେଲିଂ କରୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ପ୍ରଶ୍ନ ଉଠାଉଥିବା ଲୋକଙ୍କ ମୁହଁ ବନ୍ଦ କରିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଅପପ୍ରଚାର କରୁଥିବା ବ୍ୟକ୍ତି ଅନ୍ୟ କେହି ନୁହେଁ, ସେ ହେଉଛନ୍ତି ଦିନେ ତାଙ୍କର ଅତି ଘନିଷ୍ଠ ବନ୍ଧୁ ବୋଲାଉଥିବା ବୈଜୟନ୍ତ ପଣ୍ଡା । ଆମର ଏହି ପୂର୍ବତନ ସାଂସଦ ରାଜନୈତିକ ଫାଇଦା ଉଠାଇବା ଲାଗି ଏଭଳି ମିଥ୍ୟା ପ୍ରଚାର କରୁଥିବା ନେଇ ସେ ସୋମବାର ଦିନ ଏନଡିଟିଭି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଏନଡିଟିଭିର ଏହି ସାକ୍ଷାତକାର ପ୍ରସାରଣ ହେବାର କିଛି ସମୟ ପରେ ବୈଜୟନ୍ତ ନବୀନଙ୍କ ଏହି କଥାକୁ ଖାରଜ କରିବା ସହ ହାସ୍ୟାସ୍ପଦ ମଧ୍ୟ କରିଛନ୍ତି । ପରେ ଏନେଇ ବୈଜୟନ୍ତ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.