Latest Odisha News

BREAKING NEWS

ମୋଦିଙ୍କ ବାୟୋପିକକୁ ବନ୍ଦ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ ରିଲିଜ ଉପରେ ରୋକ ଲଗାଇବା ପାଇଁ ଆବେଦନ କରାଯାଇଥିବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

କୋର୍ଟ ଏହି ଯାଚିକାକୁ ଖାରଜ କରିବା ସହିତ ସେନସର ବୋର୍ଡ ଏହାକୁ ସାର୍ଟିଫିକେଟ୍ ଦେଇନାହାନ୍ତି ବୋଲି କହିଥବଲେ । ଫିଲ୍ମଟି ନିର୍ବାଚନୀ ଆଚାର ସଂହିତାର ଉଲଘଂନ କରୁଛି କି ନାହିଁ ସେ ସମ୍ପର୍କରେ ନିର୍ବାଚନ ଆୟୋଗ ବିଚାର କରିବ ।

ପରେ ଏଭଳି ଆବେଦନ ଫଳରେ ଅଦାଲତର ମୂଲ୍ୟବାନ ସମୟ ନଷ୍ଟ ହେଉଛି ବୋଲି ବିଚାରପତି ପ୍ରକାଶ କରିଛନ୍ତି । ଅଦାଲତର ଏହି ରାୟ ପରେ ପିଏମ୍ ବାୟୋପିକ ଫିଲ୍ମକୁ ଆଶ୍ୱସ୍ତି ମିଳିଛି ।

ନିର୍ବାଚନ ସମୟରେ ଏହି ଫିଲ୍ମ ରିଲିଜ ହେବାକୁ ଥିବାବେଳେ ଏହା ଉପରେ ରୋକ ଲଗାଇବା ପାଇଁ କଂଗ୍ରେସ ପ୍ରବକ୍ତା ଅମନ ପୱାର ଅଦାଲତରେ ଆବେଦନ କରିଥିଲେ ।

Leave A Reply

Your email address will not be published.