Latest Odisha News

ବଢୁଛି ଇମ୍ରାନ ଖାନଙ୍କ ଅସହାୟତା; ହାତ ଛାଡି ଦେଉଛନ୍ତି ବିଶ୍ୱସ୍ତ

ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ । ଗୋଟିଏ ପଟେ ଇମ୍ରାନ ଗିରଫଦାରୀରୁ ମୁକୁଳିବା ପାଇଁ କୋର୍ଟର ଚକ୍କର କାଟୁଛନ୍ତି । ଅନ୍ୟପଟେ ଜଣକ ପରେ ଜଣେ ବିଶ୍ୱସ୍ତ ତାଙ୍କ ହାତ ଛାଡିବାରେ ଲାଗିଛନ୍ତି । ଇମ୍ରାନଙ୍କୁ ସବୁଠାରୁ ବଡ ଝଟକା ଦେଇଛନ୍ତି  ତାଙ୍କ ସରକାରରେ ମନ୍ତ୍ରୀ ଥିବା ଫବାଦ ଚୌଧୁରୀ  । ଫବାଦ ନିକଟରେ କହିଛନ୍ତି, ମୁଁ ରାଜନୀତିରୁ ବ୍ରେକ ନେବା ପାଇଁ ନିଷ୍ପତ୍ତି ନେଇଛି । ଏପରିକି ପିଟିଆର ସବୁ ସଦସ୍ୟ ପଦରୁ ସେ ତାଙ୍କର ଇସ୍ତଫା ଦେଇଥିବା ଏବଂ ଇମ୍ରାନ ଖାନଙ୍କଠାରୁ ଅଲଗା ହୋଇ ଯାଇଥିବା କଥା ବି କହିଛନ୍ତି । ଫବାଦଙ୍କ ଏପରି ଘୋଷଣା ଇମ୍ରାନଙ୍କ ସମସ୍ୟାକୁ ଆହୁରି ଜଟିଳ କରି ଦେଇଛି ।

ଇମ୍ରାନଙ୍କ ଗିରଫ ପରେ ମେ’ ୯ ତାରିଖରେ ପାକିସ୍ତାନରେ ହୋଇଥିବା ହିଂସା ପରେ ଏବେ ୨ ଡର୍ଜନ ପାଖାପାଖି ନେତା ପିଟିଆଇରୁ ଇସ୍ତଫା ଦେଇ ସାରିଲେଣି । ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ଶିରୀନ ମିଜାରୀ, ଫୈୟାଜୁଲ ହସନ ଚୌହାନ, ମଲିକ ଜମୀନ ଅସଲମ, ମହମ୍ମଦ ମୌଲବୀ, ଅମୀର କୟାନୀ, ଜୟ ପ୍ରକାଶ, ଆଫତାବ ସିଦ୍ଦିକୀ ଏବଂ ସଞ୍ଜୟ ଗଙ୍ଗବାନୀ ।

ଏମାନଙ୍କ ବ୍ୟତୀତ କିଛି ଦିନ ପୂର୍ବରୁ ସରଦାର ତନବୀର ଇଲିୟାସ, ବିଲାଲ ଗଫ୍ଫାର, କରୀମ ଗବୋଲ, ମଲିକ ଜବାଦ, ବାଲୁଚିସ୍ତାନର ଖଣିଜ ମନ୍ତ୍ରୀ ମୁବୀନ ଖିଲଜୀ, ମେଜର ତାହିର ସାଦ୍ଦିକ ଏବଂ ପୁଅ ଇମାନ ତାହିର, ମଲିକ ଅମୀନ ଅସଲମ ପରି ଏକାଧିକ ନେତା ମଧ୍ୟ ଇସ୍ତଫା ଦେଇଥିଲେ ।

ଇମ୍ରାନ ଖାନ ମେ’ ୯ ତାରିଖରେ ଅଲକାଦିର ଟ୍ରଷ୍ଟ ମାମଲାରେ ଗରିଫ ହୋଇଛନ୍ତି । ଏହା ପରେ ପିଟିଆଇ କାର୍ଯ୍ୟକର୍ତ୍ତା ଏବଂ ଇମ୍ରାନ ସମର୍ଥକ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ । ସେନା କାର୍ଯ୍ୟାଳୟ  ଉପରେ ବି ଆକ୍ରମଣ କରିଥିଲେ । ଏହି ହିଂସା ପାଇଁ ପିଟିଆଇ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଫବାଦ ଚୌଧୁରୀ ମଧ୍ୟ ଥିଲେ । ତେବେ ଫବାଦଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଫବାଦଙ୍କ ସମେତ ପିଟିଆଇର ଏକାଧିକ ନେତାଙ୍କୁ ଜାମିନ ମିଳିବା ପରେ ସେମାନେ ମେ’ ୯ ହିଂସାକୁ ନିନ୍ଦା କରିବା ସହ ପିଟିଆଇରୁ ଇସ୍ତଫା ଦେଇଥିଲେ । ଅନ୍ୟପକ୍ଷେ ଏକଥା ବି କୁହାଯାଉଛି, ସେନା ଓ ପୋଲିସ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଏମାନେ ଇମ୍ରାନଙ୍କ ହାତ ଛାଡୁଛନ୍ତି ।

ୟଏ ନେଇ ଇମ୍ରାନ ଖାନ କହିଛନ୍ତି, ଦଳ ଛାଡ଼ିବା ପାଇଁ ତାଙ୍କ ସହଯୋଗୀ ନେତାଙ୍କୁ ବାଧ୍ୟ କରାଯାଉଛି । ପାର୍ଟିର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀକୁ ନେଇ ଇମ୍ରାନ କହିଛନ୍ତି, ‘ମୁଁ ଇତିହାସରେ ଏପରି କାର୍ଯ୍ୟାନୁଷ୍ଠାନ କେବେ ଦେଖିନାହିଁ । ତାଙ୍କ ଦଳର ନେତାଙ୍କୁ କୁହାଯାଉଛି, ଯଦି ପିଟିଆଇ ନ ନ ଛାଡିବ ତେବେ ନିର୍ଯାତନା ବଢିବ ।ଜେଲରେ ବନ୍ଦ ରହିବାକୁ ପଡିବ । ଯଦି ଇସ୍ତଫା ଦେବ ତେବେ ଛାଡ଼ି ଦିଆଯିବ ା‘

Leave A Reply

Your email address will not be published.