Latest Odisha News

BREAKING NEWS

ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟର ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ନେଇଛନ୍ତି ସୁନୀଲ ବଂଶଲ । ନୂଆ ଡିଜି ଭାବେ ସୁନୀଲ ବଂଶଲ ଦାୟିତ୍ବ ନେବା ପରେ ବିଦାୟୀ ଡିଜି ଅଭୟଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଅଭୟଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହାସହ ମୁଖ୍ୟ ସଚିବ ପାହ୍ୟାର ପଦବୀରେ ତାଙ୍କୁ ଏହି ନିଯୁକ୍ତି ମିଳିଛି ।

ଡିଜିପି ଭାବେ ଅଭୟଙ୍କର ଆଜି ଥିଲା ଶେଷ କାର୍ଯ୍ୟ ଦିବସ । ଅବସର ପୂର୍ବରୁ କଟକ ସ୍ଥିତି ପୋଲିସ ମୁଖ୍ୟଳୟରେ ନୂଆ ଡିଜିପି ସୁନୀଲ ବଂଶଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ବିଦାୟୀ ଡିଜି ଅଭୟ ।

Leave A Reply

Your email address will not be published.