Latest Odisha News

ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ଜାରୀ

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ କଳାକାର ପୁନିତ ରାଜକୁମାରଙ୍କ ଶେଷ ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ଆଜି ଜାରୀ କରାଯାଇଛି । ସ୍ୱର୍ଗତଃ ପୁନୀତଙ୍କ ଏହି ଫିଲ୍ମର ନାମ ଲକିମ୍ୟାନ ରଖାଯାଇଛି । ତାମିଲ ଫିଲ୍ମ ଓହ ମାୟ କଡାବୁଲେର ରିମେକ । ପ୍ରଥମେ ଏଥିରେ ପୁନୀତଙ୍କ ଛୋଟ କ୍ୟାମିଓ ରୋଲ ଥିଲେ । ଏବେ ଏହାକୁ ବଢ଼ାଇ ଦିଆଯାଇଛି ।

ଏହି ଫିଲ୍ମରେ ପୁନୀତଙ୍କ ପ୍ରଭୁ ଦେବାଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିବ । ଡାର୍ଲିଂ କ୍ରିଷ୍ଣା, ସଙ୍ଗୀତା ଶ୍ରୀନେଗରି ଓ ରୋଶନି ପ୍ରକାଶ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ନାଗେନ୍ଦ୍ର ପ୍ରସାଦ ଫିଲ୍ମର ନିର୍ଦ୍ଦେଶନା ଦେବେ । ପୁନୀତ ଏଥିରେ ଭଗବାନଙ୍କ ଭୂମିକା କରୁଛନ୍ତି ।

Leave A Reply

Your email address will not be published.