Latest Odisha News

BREAKING NEWS

ରାଜ୍ୟ ପେନସନ ଭୋଗୀଙ୍କୁ ୫ ଭାଗ ମହଙ୍ଗାଭତ୍ତା ମଞ୍ଜୁର କରିବାକୁ ରାଜ୍ୟ ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

କଟକ: ରାଜ୍ୟର ପେନସନର ମାନଙ୍କୁ କେନ୍ଦ୍ର ଅନୁରୂପ ୫ ଭାଗ ମହଙ୍ଗା ଭତ୍ତା ମଞ୍ଜୁର କରିବା ନିମନ୍ତେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ  ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି କରାଯାଇଥିବା ବିଷୟ ମହାସଂଘର ଅଧକ୍ଷ ପ୍ରତାପ ଚନ୍ଦ୍ର ଦାସ ଓ ମହାସଚିବ ଗୋକୁଳାନନ୍ଦ ବେହେରା ଏକ ପ୍ରେସନୋଟରେ ପ୍ରକାଶ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ କେନ୍ଦ୍ର ସରକାର ଚଳିତ ଅକ୍ଟୋବର ମାସ ୯ ତାରିଖରେ କେନ୍ଦ୍ର ପେନସନର ମାନଙ୍କ ନିମନ୍ତେ ୫ଭାଗ ମହଙ୍ଗା ଭତ୍ତା (୧୨%ରୁ୧୭%)ଘୋଷଣା କରି ଗତ ଜୁଲାଇ ମାସରୁ ନଗଦ ଭାବେ ଦେବାକୁ ନିର୍ଦେଶ ପ୍ରଦାନ କରିଛନ୍ତି । ଆକାଶ ଛୁଆଁ ଦର ବୃଦ୍ଧି ଓ ଆର୍ଥିକ ମାନ୍ଦା ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟର ପେନସନର ଓ ଫାମିଲି ପେନସନର ମାନଙ୍କୁ କେନ୍ଦ୍ର ଅନୁରୂପ ୫%ମହଙ୍ଗାଭତ୍ତା ଜୁଲାଇ ମାସରୁ ଅବିଳମ୍ବେ ମଞ୍ଜୁର କରିବାକୁ ନିବେଦନ କରାଯାଇ ଅକ୍ଟୋବର ୧୪ତାରିଖରେ ମାନ୍ୟବର ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟ ଅର୍ଥ ମନ୍ତ୍ରୀଙ୍କୁ ମହାସଂଘ ପକ୍ଷ୍ୟରୁ ପତ୍ର ଦିଆଯାଇଅଛି ବୋଲି ମହାସଂଘର ମହାସଚିବ ଗୋକୁଳାନନ୍ଦ ବେହେରା ଜଣାଇଛନ୍ତି ।

Leave A Reply

Your email address will not be published.