Latest Odisha News

BREAKING NEWS

ମେହେନ୍ଦି ରଙ୍ଗ ଗାଢ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହିସବୁ ଉପାୟ

ଖାସକରି ଝିଅମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମେହେନ୍ଦି ଭିନ୍ନ ଏକଭୂମିକା ଗ୍ରହଣ କରିଥାଏ । ଆଜିକାର ସମୟରେ ବାହାଘର ତଥା ପର୍ବପର୍ବାଣୀ ସମୟରେ ଖୋଜା ପଡିଥାଏ ମେହେନ୍ଦିର ।

 

ମେହେନ୍ଦି ଲଗାଇବା ପରେ ଏହାର ରଙ୍ଗ କେତେ ଗାଢ ହେଉଛି, ସେନେଇ ବେଶ୍ ଆଗ୍ରହ ରହିଥାନ୍ତି ଝିଅ ଓ ମହିଳାମାନେ । ତେବେ ଜାଣନ୍ତୁ ମେହେନ୍ଦିର ରଙ୍ଗକୁ କିଭଳି ଅଧିକ ଗାଢ କରିପାରିବେ ।

  • ଆଜିକାଲି ବଜାରରେ ବିଭିନ୍ନ କମ୍ପାନୀର ମେହେନ୍ଦି ମିଳୁଥିବା ବେଳେ କେହି ଘରେ ତିଆରି ମେହେନ୍ଦିକୁ ବ୍ୟବହାର କରିଥାନ୍ତି।
  • ମେହେନ୍ଦି ହାତରେ ଲଗାଇବା ପୂର୍ବରୁ ହାତକୁ ଭଲଭାବେ ସଫା କରନ୍ତୁ
  • ହାତରେ ମେହେନ୍ଦି ଲଗାଇବା ପରେ ପ୍ରାକୃତିକ ଉପାୟରେ ଶୁଖିବାକୁ ଛାଡିଦିଅନ୍ତୁ
  • ମେହେନ୍ଦି ସାମାନ୍ୟ ଶୁଖିଗଲା ପରେ ଏଥିରେ ହାଲକା ଭାବେ ତେଲ ଲଗାନ୍ତୁ ।

  • ଆପଣ ତେଲ ବଦଳରେ ଏଥିରେ ଲେମ୍ବୁ କିମ୍ବା ଚିନି ପାଣି ମିଶ୍ରଣ ଲଗାନ୍ତୁ ଏବଂ କିଛି ସମୟ ପାଇ ଶୁଖିବାକୁ ଦିଅନ୍ତୁ ।
  • ମେହେନ୍ଦିକୁ ୧୦ରୁ ୧୨ ଘଣ୍ଟା ଯାଏଁ ହାତରେ ରଖିବା ପରେ ଯାଇ ସଫା କରନ୍ତୁ
  • ମେହେନ୍ଦି ଶୁଖିଗଲା ପରେ ସଙ୍ଗେସଙ୍ଗେ ହାତକୁ ପାଣିରେ ଧୁଅଁନ୍ତୁ ନାହିଁ ।
  • ଏହାବ୍ୟତିତ ମେହେନ୍ଦି ରଙ୍ଗ ଗାଢ କରିବାକୁ ଯାଇ କେହିକେହି ଏଥିରେ ଶୁଖିଲା ଚୂନ ବ୍ୟବହାର କରିଥାନ୍ତି ।
Leave A Reply

Your email address will not be published.