ନୂଆଦିଲ୍ଲୀ:ଅପରେସନ ସିନ୍ଦୂରକୁ ନେଇ ଭାରତକୁ ସମର୍ଥନ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, କୌଣସି ଦେଶକୁ ଅନ୍ୟ ଦେଶ ଦ୍ୱାରା ନିୟନ୍ତ୍ରିତ ଭୂମିରୁ ନିଜ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣକୁ ଗ୍ରହଣ କରିବା ଉଚିତ୍ ନୁହେଁ। ଭାରତ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଭାବେ ନ୍ୟାୟ । ଆତଙ୍କବାଦୀଙ୍କୁ କୌଣସି ପ୍ରକାରରେ ଛଡାଯିବ କଥା ନୁହେଁ ।
No nation should have to accept terrorist attacks being launched against it from land controlled by another country.
India is justified in striking terrorist infrastructure. There can be no impunity for terrorists.
— Rishi Sunak (@RishiSunak) May 7, 2025
ଏହା ପୂର୍ବରୁ ଋଷି ସୁନକ ଜମ୍ମୁ-କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ। ସେ ଏହା ମଧ୍ୟ କହିଥିଲେ , ଭାରତ ସହ ବ୍ରିଟେନ ଏକଜୁଟ ଭାବେ ଛିଡା ହୋଇଛି। ଆତଙ୍କ କେବେ ହେଲେ ଜିତିବ ନାହିଁ, ଆମେ ଭାରତ ସହିତ ଏକଜୁଟ ଭାବେ ଛିଡା ହୋଇଛୁ।
ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ଭାରତ ମଙ୍ଗଳବାର ରାତିରେ ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ନଅଟି ଆତଙ୍କବାଦୀ ଶିବିର ଉପରେ ବାୟୁସେନା ଆକ୍ରମଣ କରିଥିଲା। ଏହି ଅପରେସନର ନାଁ ଅପରେସନ ସିନ୍ଦୂର ନାଁ ରଖାଯାଇଥିଲା ।
ଆତଙ୍କବାଦ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନରେ ଅନେକ ଦେଶ ଏବଂ ବିଶ୍ୱ ନେତା ଭାରତକୁ ସମର୍ଥନ କରିଛନ୍ତି।
Comments are closed.