Latest Odisha News

ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର

ଦିଲ୍ଲୀ : ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର ମାରିଲେ ବିରୋଧୀ ମେଣ୍ଟ । ରାଷ୍ଟ୍ରପତି ପ୍ରାର୍ଥୀ ପରେ ଗତକାଲି ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖେଡଙ୍କ ନାମ ଘୋଷଣା କରାଯାଇଥିଲା । ଏହାର ଜବାବରେ ଆଜି ବିରୋଧୀ ମେଣ୍ଟ ପକ୍ଷରୁ ମାର୍ଗେରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

BjdElectrycity

ମାର୍ଗାରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ।

ଏନସିପି ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବିରୋଧୀ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସ, ଏନସିପି, ବାମଦଳ, ସମାଜବାଦୀ ପାର୍ଟି ସମେତ ଅନେକ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ବୈଠକ ପରେ କୁହାଯାଇଛି କି ଏନଡିଏର ଜଗଦୀପ ଧନଖେଡଙ୍କ ବିରୋଧରେ ମାର୍ଗାରେଟ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି ।

ବର୍ତ୍ତମାନ ଉପରା‌ଷ୍ଟ୍ରପତି ଥିବା ଏମ୍‌ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ରେ ଶେଷ ହେଉଛି । ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୧୯ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଉଲ୍ଲେଖଯୋଗ୍ୟ ଯେ ରା‌ଷ୍ଟ୍ରପତି ନିର୍ବାଚନ ପରି ସମାନ ଢଙ୍ଗରେ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଇଲେକ୍ଟୋରାଲ କଲେଜ ଦ୍ବାରା ହେବ ।

ତେବେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ୍‌ କଲେଜ ଭାଗ ନେବ। ଏହି ନିର୍ବାଚନରେ ରାଜ୍ୟମାନଙ୍କର କୌଣସି ଭୂମିକା ନାହିଁ। ସଂସଦରେ ବର୍ତ୍ତମାନ ମୋଟ୍‌ ସଦସ୍ୟ ୭୮୦। ନିର୍ବାଚନ ଜିତିବାପାଇଁ ଆବଶ୍ୟକ ସଂଖ୍ୟା ୩୯୦ ଥିବା ବେଳେ ବିଜେପି ନିକଟରେ ଅଧିକ ସଂଖ୍ୟା ଅଛି।

Leave A Reply

Your email address will not be published.