Latest Odisha News

BREAKING NEWS

ସିଲ୍ ହେଲା ରିଲାଏନ୍ସ ଫ୍ରେସ ଷ୍ଟୋର । ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ

ଭୁବନେଶ୍ୱର : ପୁଣି ଥରେ ସ୍ୱଚ୍ଛତାମାନ ପରୀକ୍ଷଣ କରାଯାଇ ବିଏମସି ପକ୍ଷରୁ ଚଢାଉ ଆରମ୍ଭ ହୋଇଛି।  ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ ଷ୍ଟୋର ସିଲ୍ ହୋଇଛି। । ଷ୍ଟୋରରେ ଡଷ୍ଟବିନ୍ ବ୍ୟବହାର ଏବଂ ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ, ଅଭିଯୋଗ ପରେ ଚଢ଼ାଉ କରି ୩ ଦିନ ପାଇଁ ଷ୍ଟୋରକୁ ବିଏମସି ସିଲ୍ କରିଛି। ଆଜି ବିଏମ୍‌ସି ଅଧିକାରୀ ଷ୍ଟୋର୍‌ର ସ୍ଥିତି ପରଖିଥିଲେ । ଦୋକାନରୁ ବାହାରୁଥିବା ଆବର୍ଜନାକୁ ଅଲଗା ଅଲଗା କରିବା ସହ ଡଷ୍ଟବିନ୍ ବ୍ୟବହାର କରିବାକୁ ବିଏମସି ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା ।

ସେହିପରି ଗତ ୧୩ରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ୍‌ ଚିଲିଜ୍‌ ଦୋକାନକୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍‌ କରିଥିଲା। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା । ୭ ଦିନ ପାଇଁ ଗ୍ରୀନ୍‌ ଚିଲିଜ୍‌ ଦୋକାନ ବନ୍ଦ ରହିଛି।

Leave A Reply

Your email address will not be published.