Latest Odisha News

BREAKING NEWS

[ଭିଡ଼ିଓ]ମାନବିକତା ଦେଖାଇଲେ ରବିନ୍ଦ୍ର, ଫେରାଇଲେ ବସଷ୍ଟାଣ୍ଡରୁ ମିଳିଥିବା ଲ୍ୟାପଟପ ବ୍ୟାଗ୍

ସୋନପୁର: ମାନବିକତାର ପରିଚୟ ଦେଲେ କୁଲି । ଛାତ୍ରଙ୍କୁ ଫେରାଇଲେ ତାଙ୍କ ମୂଲ୍ୟବାନ ଜିନିଷ । ସୋନପୁରର ରବିନ୍ଦ୍ର କୁମ୍ଭାର ଏହିଭଳି ମାନବିକତା ଦେଖାଇ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ବସଷ୍ଟାଣ୍ଡରେ କୁଲି କାମ କରୁଥିବାବେଳେ ରବିନ୍ଦ୍ର ଏକ ବ୍ୟାଗଟି ପାଇଥିଲେ । ଭୁଲବଶତଃ କେହି ଛାଡ଼ିଯାଇଥିବେ ଭାବି ବ୍ୟାଗଟି ନେବାକୁ ଆସିବେ ବୋଲି ବସଷ୍ଟାଣ୍ଡରେ ଅପେକ୍ଷା କରି ରହିଥିଲେ ।

ଦୀର୍ଘ ସମୟ ଧରି କେହି ନଆସିବାରୁ ପୋଲିସ ପାଖରେ ବ୍ୟାଗଟି ଜିମା ଦେଇଥିଲେ । ପରେ ବ୍ୟାଗଟି ବୌଦ୍ଧ ଜିଲ୍ଲା ଦପଲା ଗାଁର ଶଙ୍କର ମେହେରଙ୍କ ବୋଲି ଜଣାପଡ଼ିଥିଲା । ବ୍ୟାଗରେ ଲ୍ୟାପଟପ, ବହି ଓ ପରିଚୟ ପତ୍ର ସହିତ ଅନ୍ୟାନ୍ୟ ଜିନିଷ ବ୍ୟାଗରେ ରହିଥିବା ଜଣାପଡ଼ିଥିଲା ।

ବସଷ୍ଟାଣ୍ଡକୁ ଫେରି ବ୍ୟାଗ ସମ୍ପର୍କରେ ପଚାରିବାରୁ ପୋଲିସ ପାଖରେ ଜିମା ଦିଆଯାଇଥିବା ଜାଣିଥିଲେ ଶଙ୍କର । ପରେ ରବିନ୍ଦ୍ରଙ୍କ ଉପସ୍ଥିତିରେ ଶଙ୍କର ନିଜ ଲ୍ୟାପଟପ ବ୍ୟାଗଟି ନେଇଥିଲେ । ଶଙ୍କର ଖୁସି ହୋଇ ରବିନ୍ଦ୍ରଙ୍କୁ ଅର୍ଥ ଦେବା ପାଇଁ କହିଥିଲେ । ହେଲେ ରବିନ୍ଦ୍ର ମନା କରିଥିଲେ । ରବିନ୍ଦ୍ରଙ୍କ ସାଧୁତା କାର୍ଯ୍ୟ ପାଇଁ ସବୁଆଡ଼ୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.