Latest Odisha News

[ଭିଡ଼ିଓ] ଦିନକୁ ଦିନ ବଢୁୁଛି ଲୁଟେରାଙ୍କ ରାଜ୍, ଟେର୍ ପାଉନି ପୁଲିସ

ଗୁଣପୁର: ଦିନକୁ ଦିନ ବଢୁଛି ଚୋରି ରାହାଜାନୀ । ଗୁଣପୁରରେ ଦୁଇ ମାସ ମଧ୍ୟରେ ଦୁଇ ଦୁଇଥର ଡକାୟତି ହୋଇସାରିଥିବା ବେଳେ ଟେର ପାଉନି ପୁଲିସ୍ ।

ସେହିଭଳି ଶନିବାର ସହରର ମୁଖ୍ୟ ରାସ୍ତା କଡରେ ଥିବା ଏକ ମୋବାଇଲ ଦୋକାନରୁ ଫିଲ୍ମ ଷ୍ଟାଇଲରେ ହୋଇଥିଲା ଲୁଟ୍ । ଦୋକାନ ସଟର ଭାଙ୍ଗିବା ସହିତ ୪ ଲକ୍ଷ ଟଙ୍କାର ମୋବାଇଲ ଓ ନଗଦ ୮୦ହଜ।ର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ମାନେ । ହେଲେ ସମସ୍ତ ଚୋରି ଘଟଣା ସିସିଟିଭିରେ କଏଦ ହୋଇଛି ।

ସକାଳେ ଚୋରି ଘଟଣା ଜଣାପଡିବା ପରେ ଦୋକାନ ମାଲିକ ଏନେଇ ଥାନାରେ ଏତଲା ଦେଇଛନ୍ତି । ପାଖାପାଖି ୪ଲକ୍ଷ ଟଙ୍କା ଫୋନ୍ ଚୋରି ହୋଇଥିବା ସେ କହିଛନ୍ତି।

ସେପଟେ ଅଭିଯୋଗ ମିଳିବା ପରେ ପୁଲିସ ଦୋକାନର ପ୍ରତି ଜାଗାରୁ ଫିଙ୍ଗର ପ୍ରିଣ୍ଟ ନେବା ସହିତ ଛାନ୍ ଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.