ଏବେ ଠାବ ହୋଇଛି ୫ ହଜାର ବର୍ଷ ତଳର ପବ୍ ବା ମଧୁଶାଳା । ଏହି ମଧୁଶାଳାରେ ସେ ସମୟରେ ବିରାଟକାୟ ଓଭନ ତାସହିତ ଡ଼ାଇନିଂ ଟେବୁଲ, ପରସା ଯିବା ପାଇଁ ଡ଼ିସ୍ ଆଦି ସାମ୍ନାକୁ ଆସିଛି । ନିକଟରେ ଦକ୍ଷିଣ ଇରାକ୍ର ଏକ ଉପାନ୍ତ ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦ୍ୟତମ ଖନନରେ ଚମକାଇ ଦେଲା ଭଳି ଏଭଳି ତଥ୍ୟ ମିଳିଛି । କୁହାଯାଇଛି ଯେ, ପେନ୍ ସିଲିଭାନିଆ ଏବଂ ପିସା ୟୁନିଭର୍ସିଟିର ଏକ ମିଳିତ ଖନନ ଟିମ୍ ଇତିହାସକୁ ଜାଣିବା ପାଇଁ ଖୋଦେଇ କରୁଥିବା ସମୟରେ ସେ ସମୟରେ ବହୁଳ ଭାବେ ବ୍ୟବହୃତ ଏଭଳି ଏକ ପବ୍କୁ ଠାବ କରାଯାଇଛି ।
ଖନନ ଟିମ୍ର ସୂଚନା ଅନୁସାରେ, ଏହା ହେଉଛି ପ୍ରାକ୍ ଐତିହାସିକ ଯୁଗର । ଖନନ ସମୟରେ ପବ୍ରେ ଖାଦ୍ୟକୁ ପ୍ରକ୍ରିୟାକରଣ ଓ ଶୀତଳୀକରଣର ବ୍ୟବସ୍ଥା ଭିତରେ ରଖାଯାଇଛି, ଯାହା ସେ ସମୟର ଖାଦ୍ୟ ବ୍ୟବସ୍ଥାର ଏକ ଅଂଶ । ସେଠାରୁ ଉଦ୍ଧାର ହୋଇଥିବା କିଛି ପାତ୍ରରେ ମାଛ କଣ୍ଟାର ଅବଶେଷ ମିଳିବା ସହିତ ବିଅର ପାନ କରିବାର ସୂଚନା ମିଳୁଛି । ଐତିହାସିକଙ୍କ ମତରେ, ସେ ସମୟରେ ସୁମେରୀୟବାସୀଙ୍କ ଭିତରେ ମଦ୍ୟପାନ ଏକ ସାଧାରଣ କଥା ଥିଲା । ତେଣୁ ଏହି ମଧୁଶାଳା ସେ ସମୟର ଲୋକଙ୍କ ଚଳଣିର ଏକ ଅଂଶ ଥିଲା ବୋଲି କୁହାଯାଇପାରେ । ପ୍ରତ୍ନତତ୍ତ୍ୱବିତ୍ମାନେ ଠାବ କରିଥିବା ଏହି ପବ୍ ୫ ହଜାର ବର୍ଷ ପୁରୁଣା ବୋଲି କୁହାଯାଏ । ଆମେରିକୀୟ-ଇଟାଲୀୟ ଟିମ୍ ସେଠାରୁ ପୁରୁଣା ସାମଗ୍ରୀ ସହ କଳାକୃତି ଉଦ୍ଧାର କରିଛି ।
Comments are closed.