Latest Odisha News

BREAKING NEWS

ପାଣି ପିଇବା ପରେ ମଧ୍ୟ ଆପଣଙ୍କୁ ଶୋଷ ଲାଗେ କି?ହେଇପାରେ ଏହି ରୋଗ..

ଭୁବନେଶ୍ବର: ସ୍ୱାସ୍ଥ୍ୟ ପାଇଁ ପାଣି ପିଇବା ବହୁତ ଜରୁରୀ । ଏହା ଶରୀରରୁ ମଇଳା ବାହାର କରି ଶରୀରକୁ ସୁସ୍ଥ ରଖିବାରେ କାମ କରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପ୍ରତିଦିନ ୩-୪ ଲିଟର ପାଣି ପିଇବା ଉଚିତ। କିନ୍ତୁ ଯଦି ପାଣି ପିଇବା ସତ୍ତ୍ୱେ ଆପଣଙ୍କୁ ବାରମ୍ବାର ଶୋଷ ଲାଗୁଛି, ତେବେ ଆପଣଙ୍କୁ ସତର୍କ ରହିବା ଉଚିତ ..

ବାରମ୍ବାର ଶୋଷ ଲାଗିବାକୁ ପଲିଡିପ୍ସିଆ କୁହାଯାଏ। ଶାରୀରିକ ପରିଶ୍ରମ,ଝାଳ ବାହାରିବା, ଜଳୀୟଅଂଶ କମ୍ ହେବା କିମ୍ବା ଅତ୍ୟଧିକ ଲୁଣିଆ ଖାଦ୍ୟ ଖାଇବା ଦ୍ଵାରା ବ୍ୟକ୍ତିଙ୍କୁ ଅଧିକ ଶୋଷ ହୁଏ। ଅତ୍ୟଧିକ ପରିମାଣରେ କ୍ୟାଫିନ୍ ଏବଂ ମଦ୍ୟପାନ କରନ୍ତି, ସେମାନଙ୍କୁ ଅଧିକ ଶୋଷ ଲାଗିଥାଏ ।

ନିଦ୍ରାର ଅଭାବ ଏବଂ ମାନସିକ ଚାପ ଶରୀରର ତରଳ ପଦାର୍ଥ ସନ୍ତୁଳନକୁ ପ୍ରଭାବିତ କରିପାରେ । ଏହା ଦ୍ଵାରା ବାରମ୍ବାର ପାଣି ପିଇବାକୁ ଇଚ୍ଛା ହୋଇପାରେ । ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ ।

ବାରମ୍ବାର ଶୋଷ ଲାଗିବାର ସବୁଠାରୁ ସାଧାରଣ କାରଣ ଡାଇବେଟିସ । ଯେତେବେଳେ ଶରୀରରେ ସୁଗାର ଲେବଲ୍ ଅଧିକ ଥାଏ, କିଡ଼ନୀ ଏହାକୁ ଫିଲ୍ଟର କରିବା ପାଇଁ ଅଧିକ ପରିସ୍ରା ଉତ୍ପାଦନ କରେ । ଏହି କାରଣରୁ ଶରୀରରେ ପାଣିର ଅଭାବ ଦେଖାଯାଏ । ଏହାଦ୍ବାରା ବାରମ୍ବାର ଶୋଷ ଲାଗେ ।

ଜ୍ୱର କିମ୍ବା ସଂକ୍ରମଣ ହେଲେ ଶରୀର ଗରମ ହୋଇଯାଏ , ସେତେବେଳେ ଅଧିକ ଶୋଷ ଲାଗିବ । ବିଶେଷକରି ଭାଇରାଲ୍ ଜ୍ୱର କିମ୍ବା ୟୁରିନ ଇନଫେକ୍ସନରେ ଅଧିକ ଶୋଷ ଲାଗିପାରେ ।

ଯେତେବେଳେ ଶରୀରରେ ସୋଡିୟମ୍ ଲେବଲ୍ ଅଧିକ ଥାଏ, ସେତେବେଳେ ବ୍ୟକ୍ତିକୁ ବାରମ୍ବାର ଶୋଷ ଲାଗେ ।

ଯଦି ଆପଣଙ୍କୁ ବାରମ୍ବାର ଶୋଷ ଲାଗୁଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଅତ୍ୟଧିକ ଶୋଷ ଲାଗିବା ମଧ୍ୟ ହୃଦରୋଗର ଏକ ଲକ୍ଷଣ ହୋଇପାରେ। ରକ୍ତଚାପ ବୃଦ୍ଧି ଏବଂ ହୃଦଘାତ ମଧ୍ୟ ସ୍ୱାଭାବିକ ଅପେକ୍ଷା ଅଧିକ ଶୋଷ ସୃଷ୍ଟି କରିପାରେ। ହୃଦ୍‌ରୋଗ କିମ୍ବା ରକ୍ତଚାପ ସମସ୍ୟା ବିଷୟରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ।

 

 

Comments are closed.