ମାଲକାନଗିରି: ଏନକାଉଣ୍ଟରରେ ମରୁଛନ୍ତି, କରୋନାରେ ସଂକ୍ରମିତ ହୋଇ ବିିନା ଚିକିତ୍ସାରେ ବି ପ୍ରାଣ ହରାଉଛନ୍ତି । ତଥାପି ଭାଙ୍ଗନି ମାଓବାଦୀଙ୍କ ମିଛ ଦମ୍ଭ । ପୁଣିଥରେ ପୋଲିସ ସହ ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଛନ୍ତି ।
ଗତକାଲି ଓଡିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଆର୍ଛା ଜଙ୍ଗଲରେ ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇ ମାଓ ନେତାଙ୍କ ମୃତ୍ୟୁ ଘଟିଥିଲାବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ତିନୋଟି ରାଇଫଲ୍, ଅନେକ ଜୀବନ୍ତ ଗୁଳି, ନକ୍ସଲ ପୋଷାକ, ଔଷଧ ଏବଂ ଧନୁ ତୀର ମଧ୍ୟ ସାମିଲ ଅଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ୍ ଜାରି ରହିଥିବା ବସ୍ତର ପୋଲିସ ପକ୍ଷରୁ ସୂଚନା ମିଳିଛି ।
Comments are closed.