Latest Odisha News

BREAKING NEWS

କନ୍ଧମାଳ-ଗଞ୍ଜାମ ସୀମାନ୍ତ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ

ଫୁଲବାଣୀ: କମ୍ୱି ଅପରେସନ୍ ବେଳେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଗୁଳିବିନିମୟ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବ୍ରଜକୋଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲା ଲାଲବାହିନୀ ।

ଗୁଇନ୍ଦା ସୂଚନା ଆଧାରରେ ସଂପୃକ୍ତ ଜଙ୍ଗଲରେ ଏସଓଜି ଓ ଡିଭିଏଫ୍ ଯବାନ କମ୍ୱି ଅଫରେସନ୍ ଚଳାଇଥିଲେ । ଏତିକିବେଳେ ମାଓବାଦୀମାନେ ସୁରକ୍ଷାବାହିନୀକୁ ଦେଖି ପ୍ରଥମ ଗୁଳି ଚଳାଇଥିଲେ । ପାଲଟା ଜବାବ ଦେଇଥିଲେ ଯବାନ । ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।

ସେଠାରେ ମାଓ କ୍ୟାମ୍ପ ଚାଲିଥିଲା । ଘଟଣାସ୍ଥଳରୁ ଜବତ ହୋଇଛି ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବନ୍ଧୁକ । ଗୁଳିବିନିମୟରେ ମାଓବାଦୀଙ୍କ ମୃତାହତ ନେଇ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ ।

Leave A Reply

Your email address will not be published.