Latest Odisha News

BREAKING NEWS

ବଢିବ କି ପେଟ୍ରୋଲ/ଡିଜେଲ ଦର? ବଢିଲା ଉତ୍ପାଦ ଶୁଳ୍କ

ନୂଆଦିଲ୍ଲୀ: ବଢିବ କି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର । ପେଟ୍ରୋଲ, ଡିଜେଲ ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ସମ୍ଭାବନା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଭାରତ ସରକାର ଉଭୟ ଇନ୍ଧନ ଉପରେ ପ୍ରତି ଲିଟର ୨ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଖୁବଶୀଘ୍ର ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ  ବିଜ୍ଞପ୍ତି ଜାରି କରାଯାଇଛି । ଯାହାକି ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ୍ ୮, ୨୦୨୫ରୁ କାର୍ଯ୍ୟକାରୀ ହେବ ।

ସେପଟେ ଏହି ଆଶଙ୍କା ଉପରେ ସ୍ପଷ୍ଟିକରଣ ରଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟ । ଏକ୍ସାଇଜ ଡ୍ୟୁଟି ବୃଦ୍ଧି ସତ୍ତ୍ବେ ପେଟ୍ରୋଲ ଓ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବର୍ଦ୍ଧିତ ଏକ୍ସାଇଜ ଡ୍ୟୁଟି ପିଏସୟୁ ବହନ କରିବ । ଏହାଦ୍ବାରା ପେଟ୍ରୋଲ ଓ ଡିଜେଲ ଦର ବଢ଼ିବନି ।

ତେବେ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଥିବା ବେଳେ କିଛି ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଯାହା ଆମେରିକା ପ୍ରଶାସନର ପାରସ୍ପରିକ ଶୁଳ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ବାଣିଜ୍ୟ ଯୁଦ୍ଧର ଭୟ ଯୋଗୁଁ ବୃଦ୍ଧି ହୋଇଛି । ଏହି ବୃଦ୍ଧି ପୂର୍ବରୁ ମୁଦ୍ରାସ୍ଫୀତି ଚାପ ସହିତ ଜଡିତ ଗ୍ରାହକମାନଙ୍କୁ ପ୍ରଭାବିତ କରିପାରେ । ଏଥିସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଲାଗୁ ହୋଇଥିବା ଶୁଳ୍କ ଯୋଗୁଁ ସୋମବାର ସକାଳେ ସେୟାର ବଜାରରେ ଉତ୍ତେଜନା ଦେଖାଦେଇଛି । ସେୟାର ମାର୍କେଟରେ ସେନସେକ୍ସ ତିନି ହଜାରରୁ ଅଧିକ ପଏଣ୍ଟ ଯାଏଁ ହ୍ରାସ ପାଇଛି ।

Comments are closed.