ବାଲେଶ୍ୱର: ମଦ ମାଫିଆଙ୍କୁ ଝଟକା। ଜଳେଶ୍ୱର ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ବରଡିହା ପଞ୍ଚାୟତର ରଙ୍ଗାମାଟିଆ ଗାଁର ୩୦୦ ଲିଟର ଦେଶୀମଦ ସହ ୬୫୦୦ ଲିଟର ମହୁଲ ପଚାଣି ଚାବା ଓ ଦେଶୀମଦ ଉପକରଣ ନଷ୍ଟ କରିଛି । ଅନ୍ୟପଟେ ସେହି ପଞ୍ଚାୟତର ବଣକାଟି ଗାଁର ମଦ କାରବାରୀ ଶମ୍ଭୁ ରଣାକୁ ଅବକାରୀ ବିଭାଗ ଉଠାଇବାକୁ ଯାଇ ହରଡ଼ଘଣାରେ ପଡ଼ିଛି ।
ପରିବାର ଓ କିଛି ଗାଁର ଲୋକ ଅବକାରୀ ବିଭାଗର କର୍ମଚାରୀଙ୍କୁ ଅଟକ ରଖି ତାଙ୍କ ପାଖରୁ ଶମ୍ଭୁଙ୍କୁ ଛଡ଼ାଇ ନେବା ଜଣାପଡ଼ିଛି । ଶମ୍ଭୁ ରଣା ଓ ତାଙ୍କ ବଡ଼ପୁଅର ସ୍ତ୍ରୀ ଯାତ୍ରୀ ରଣା ହାତୀଗଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ରାଇବଣିଆ ଥାନାକୁ ଅବକାରୀ ବିଭାଗର ବିରୁଦ୍ଧରେ ମାଡ଼ ମାରିବା ଓ ଠେଲାପେଲା ବିନା ଦୋଷରେ କରିଥିବାର ଅଭିଯୋଗ ନେଇ ଫେରାଦ ଶ୍ୱଶୁର ବୋହୂ ହୋଇଥିଲେ ।
ରାଇବଣିଆ ପୁଲିସ ସେମାନଙ୍କ ଅଭିଯୋଗ ନ ନେଇ ଫେରାଇ ଦେଇଛନ୍ତି । ଆଗରୁ ଶମ୍ଭୁ ରଣାଙ୍କ ନାଁରେ କେସ୍ ରହିଛି । ତାଙ୍କ ଘରୁ ୫ ଲିଟରରୁ ଅଧିକ ଦେଶୀମଦ ଜବତ କରି ତାଙ୍କୁ ଆଣିବା ସମୟରେ, ପରିବାର ଓ କିଛି ଲୋକ ବିରୁଦ୍ଧ କରି ଅବକାରୀ କର୍ମଚାରୀଙ୍କ ସହ ଠେଲାପେଲା କରିଥିଲେ । ଯାହା ଉପରିସ୍ଥ ବିଭାଗ ଓ ରାଇବଣିଆ ଥାନାକୁ ଅବକାରୀ ବିଭାଗ ଜଳେଶ୍ଵର ତରଫରୁ ସୂଚନା ଦିଆଯାଇଥିଲା ।