Latest Odisha News

BREAKING NEWS

ଗାଡି ଭିତରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରେ ଅବକାରୀ ଅଧିକାରୀମାନେ ଏକ ବଡ଼ ଧରଣର ନିଶା କାରବାର ରାକେଟର ପର୍ଦ୍ଦାଫାସ କରି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ସୋମବାର ଜଣଙ୍କୁ ଗିରଫ କରିଛନ୍ତି।

ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ବ୍ରିଜ୍ ନିକଟରେ ପାଟ୍ରୋଲିଂ କରୁଥିବା ଅବକାରୀ ବିଭାଗର ଏକ ଟିମ୍ ଅଭିଯୁକ୍ତ ଏସ୍. କେ. ରାଜୁକୁ ଅଟକାଇ ପଚରାଉଚରା କରିଥିଲା। ଯାଞ୍ଚ ବେଳେ ରାଜୁଙ୍କ ଗାଡିରୁ ୧୦୮ ଗ୍ରାମ୍ ବ୍ରାଉନ୍ସୁଗାର ମିଳିଥିଲା। ତାଙ୍କୁ ଗିରଫ କରାଯିବା ସହ ଗଞ୍ଜେଇ ଜବତ କରାଯାଇଛି। ଗାଡି ଭିତରେ ଲୁଚି ଲୁଚି ଏହି ଧଳା ଜହର କାରବାର କିଛି ନୂଆ କଥା ନୁହଁ ପୂର୍ବରୁ ମଧ୍ୟ ଅନେକ ଧରେ ଏପରି ଧଳା ଜହର ଚାଲାଣ ହେଉଥିବା ବେଳେ ପୁଲିସ ଯାଞ୍ଚ କରି ଗିରଫ କରିଛି।

ରାଜ୍ୟ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଏକ ପୃଥକ ଘଟଣାରେ ସହରର ଭରତପୁର ଓ ପଳାଶୁଣିରୁ ୨୧୯ ଗ୍ରାମ୍ ଓଜନର ୬୮ ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ହେରୋଇନ୍ ଜବତ ହୋଇଛି। ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗତ କିଛି ମାସ ମଧ୍ୟରେ ରାଜଧାନୀରେ ନିଶା କାରବାର ଓ ଚୋରା ମଦ କାରବାରକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି।

ଭୁବନେଶ୍ୱରରେ ଚାଲିଥିବା ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ହେଲେ ଡ୍ରଗ୍ସ ମାଫିଆଙ୍କ ଟେର୍ ପାଉନଥିବା ଭଳି ଲାଗୁଛି।

Comments are closed.