ଭୁବନେଶ୍ବର : ଆକ୍ସନ ମୋଡରେ ଅବକାରୀ ବିଭାଗ । ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ । ୨୧ ବର୍ଷରୁ କମ୍ ବୟସର ନାବାଳିକା ଥିଲେ କାର୍ଯ୍ୟାନୁଷ୍ଠାନ ହେବ । ଶୁଭଲକ୍ଷ୍ମୀ ଘଟଣା ପରେ ଚେତିଛି ଅବକାରୀ ବିଭାଗ । ଭୁବନେଶ୍ବରର ସବୁ ଡ୍ୟାନ୍ସ ବାରରେ ରେଡ୍ ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି । ବାରରେ ରେଡ୍ ପାଇଁ ଅବକାରୀ ବିଭାଗ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛି ।
ଭୁବନେଶ୍ବରର ୧୮ଟି ବାରରେ ମହିଳା ଡ୍ୟାନ୍ସର ନିଯୁକ୍ତ ହୋଇଛନ୍ତି । ୧୮ଟି ବାରରେ ପ୍ରାୟ ୨୧୬ ଜଣ ମହିଳା କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତେବେ ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଆବଶ୍ୟକ । ଯଦି ୨୧ ବର୍ଷରୁ କମ୍ ବୟସର ବାଳିକା ବାରରେ ନିୟୋଜିତ ହୋଇଥିବେ ତେବେ ବାର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରାଯିବା ଆବଶ୍ୟକ । ନଚେତ୍ ଡ୍ୟାନ୍ସ ବାର ସିଲ୍ କରାଯିବାର ସୂଚନା ରହିଛି ।
Comments are closed.