Latest Odisha News

BREAKING NEWS

ଆକ୍ସନ ମୋଡରେ ଅବକାରୀ ବିଭାଗ: ନାବାଳିକା ଥିଲେ ଫସିବେ ବାର୍ ମାଲିକ

ଭୁବନେଶ୍ବର : ଆକ୍ସନ ମୋଡରେ ଅବକାରୀ ବିଭାଗ  । ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ  । ୨୧ ବର୍ଷରୁ କମ୍ ବୟସର ନାବାଳିକା ଥିଲେ କାର୍ଯ୍ୟାନୁଷ୍ଠାନ ହେବ  । ଶୁଭଲକ୍ଷ୍ମୀ ଘଟଣା ପରେ ଚେତିଛି ଅବକାରୀ ବିଭାଗ  । ଭୁବନେଶ୍ବରର ସବୁ ଡ୍ୟାନ୍ସ  ବାରରେ ରେଡ୍ ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି  ।  ବାରରେ ରେଡ୍ ପାଇଁ ଅବକାରୀ ବିଭାଗ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛି ।

BjdElectrycity

ଭୁବନେଶ୍ବରର ୧୮ଟି ବାରରେ ମହିଳା ଡ୍ୟାନ୍ସର ନିଯୁକ୍ତ ହୋଇଛନ୍ତି । ୧୮ଟି ବାରରେ ପ୍ରାୟ ୨୧୬ ଜଣ ମହିଳା କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତେବେ ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଆବଶ୍ୟକ  । ଯଦି ୨୧ ବର୍ଷରୁ କମ୍ ବୟସର ବାଳିକା ବାରରେ ନିୟୋଜିତ ହୋଇଥିବେ  ତେବେ ବାର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ସେପଟେ ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରାଯିବା ଆବଶ୍ୟକ । ନଚେତ୍ ଡ୍ୟାନ୍ସ ବାର ସିଲ୍ କରାଯିବାର ସୂଚନା ରହିଛି ।

Leave A Reply

Your email address will not be published.