Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର, ଛତ୍ରପୁର ଓ ଭୁବନେଶ୍ୱରରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ବ୍ରହ୍ମପୁର ଗଜପତିନଗର ୮ ନମ୍ବର ଲେନରେ ୪ ମହଲା କୋଠା ଅଛି । ୧୧ ନମ୍ବର ଲେନରେ ୫ ମହଲା ବିଲଡିଂ ଅଛି । ଭୁବନେଶ୍ୱର ଏମ୍ସ ନଗରରେ ଚାରି ମହଲା କୋଠା ରହିଛି ।

ବ୍ରହ୍ମପୁର ଅମ୍ବାପୁଆ ସ୍ଥିତ ଅଫିସ ଓ ଛତ୍ରପୁର ପୁଟ୍ଟବଗଡ଼ା ଗାଁରେ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି । ଭିଜିଲାନ୍ସର ଜଣେ ଏଏସପିଙ୍କ ନେତୃତ୍ୱରେ ୪ ଜଣ ଡିଏସପି ଓ ୧୦ ଜଣ ଇନିସପେକ୍ଟର ଏହି ଚଢ଼ାଉରେ ସାମିଲ ଅଛନ୍ତି ।

Comments are closed, but trackbacks and pingbacks are open.