Latest Odisha News

BREAKING NEWS

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଶ୍ରୀଜୀ ମଣ୍ଡପରେ ଭାଜପାର ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟ ସଭାପତି ଡଃ ବିଭୁ ପ୍ରସାଦ ତରାଇ ଯୋଗଦେଇ ଦଳୀୟ ସଙ୍ଗଠନ ମଜଭୁତ ସହ ତୃଣମୂଳସ୍ତରରେ କର୍ମୀ ଏବଂ ସଙ୍ଗଠନ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଅନୂସୂଚିତ ମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶି ଦିଘାଲ, ରାଘବ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦନ ସ୍ୱରାଜ, ଜିଲ୍ଲା ଅନୁସୂଚିତ ମୋର୍ଚ୍ଚା ସଭାପତି କେଦାର ଜଗତ, ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ, ଭାଜପା ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତି ଯୋଗଦେଇଥିଲେ।

ତୃଣମୂଳସ୍ତରରେ ଅନୂସୂଚିତ ଜାତିର ସଦସ୍ୟଙ୍କୁ ବିଜେପିରେ ସାମିଲ କରି ବିଜେପିର ନୀତି ଆଦର୍ଶ ସହ ସରକାରଙ୍କ ଯୋଜନାରେ ସାମିଲ କରାଇବା। ଏହାସହ ଦଳକୁ ମଜଭୁତ କରି ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ସହ ସାଧାରଣ ନିର୍ବାଚନରେ ଦଳକୁ ସଫଳ କରାଇବା ଏହାର ଉଦ୍ଦେଶ୍ୟ ବୋଲି ସମସ୍ତେ କହିଥିଲେ।

ନୂଆପଡ଼ା ଜିଲ୍ଲାର ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ଏକ ରାଜନୈତିକ ଚିଠା ଆଗତ କରାଯାଇଥିଲା। ରାଜ୍ୟ ସରକାର ଅନୁସୂଚିତ ଜାତିର ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଇବା, ଦାଦନ ଖଟି ଯାଉଥିବା ଘରର ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉନଥିବା, ଏକଲବ୍ୟ ବିଦ୍ୟାଳୟରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ବ୍ୟବସ୍ଥା କରିବା। ଏହାସହ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ଆଇନ ସହାୟତା ଯୋଗାଇବା ଏବଂ ସଫେଇ କର୍ମଚାରୀଙ୍କୁ ନିୟମିତ କରିବା ନିମନ୍ତେ ଚିଠା ପ୍ରସ୍ତୁତ କରାଯାଇଥିଲା।

Leave A Reply

Your email address will not be published.