Latest Odisha News

ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଘରୁ ବାହାରିଲା ଟଙ୍କାର ପାହାଡ଼

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ। ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍‌ରେ ହୋଇଛି ରେଡ୍। କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ଚାଲିଛି ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଅଫିସ୍ ସମେତ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍।

ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ସରକାରୀ କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ପୈତୃକ ଗ୍ରାମ ସୋରଡ଼ାର ୩ଟି ଘରେ ଭିଜିଲାନ୍ସ ଛାନଭିନ୍‌‌ କରୁଛି। ଏହାସହିତ ଭୁବନେଶ୍ୱର ବାସଭବନ ଓ ବ୍ରହ୍ମପୁରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରୁଛି। କଟକରୁ ଆସିଥିବା ଭିଜିଲାନ୍ସର ୨ଟି ଟିମ୍‌‌ ଚଢ଼ାଉରେ ସାମିଲ ହୋଇଥିବା ସୂଚନା ମିଳିଛି।

ଏହି ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼। ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଜାଗମରା ସ୍ଥିତ ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ। ଟଙ୍କା ଗଣିବାରେ ଲାଗିଛନ୍ତି ୨ ଅଧିକାରୀ। ମେସିନରେ ଚାଲିଛି ଟଙ୍କା ଗଣା। କୁବେର ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ତାଜୁବ। ଏହି ଚଢାଉରେ ୯ ଜଣ ଡିଏସ୍‌ଏସ୍‌ପି, ୪ ଜଣ ଇନ୍ସପେକ୍ଟର, ୧୩ ଜଣ ଏଏସଆଇ, ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ୍ ଖୋର୍ଦ୍ଧା, ଭୁବନେଶ୍ବର ଓ ବ୍ରହ୍ମପୁରରେ ରେଡ୍ କରୁଛନ୍ତି। ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଭୁବନେଶ୍ଵର ଜାଗମରାରେ ଏକ ଫ୍ଲାଟ୍, ଖାରବେଳନଗରରେ ଏକ ଫ୍ଲାଟ୍, ପଙ୍କଲାପଲ୍ଲୀରେ ଦୁଇ ମହଲା ଘର, ଅଙ୍କୁଲିରେ ତିନି ମହଲା କୋଠା, ସୋରୋଡ଼ା ସ୍ଥିତ ପୈତୃକ ଘର, ଲାଞ୍ଜିପାଲ୍ଲୀରେ ଥିବା ଶାଳକଙ୍କ ଘର ଏବଂ ସରକାରୀ କାର୍ଯ୍ୟାଳୟରେ ରେଡ୍ ଚାଲିଛି।

Leave A Reply

Your email address will not be published.