Latest Odisha News

BREAKING NEWS

ଅକ୍ଟୋବର ୬ ଯାଏଁ ଜୁଡିସିଆଲ୍ କଷ୍ଟଡିରେ କ୍ଷିତିଜ ପ୍ରସାଦ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କରେ ସ୍ପେଶାଲ ନାରକୋଟିକ ଡ୍ରଗ୍ସ ଓ ସାଇକୋମେଟ୍ରିକ୍ ସବଷ୍ଟାନ୍ସ ଆକ୍ଟ କୋର୍ଟ ପକ୍ଷରୁ ଧର୍ମା ପ୍ରଡକ୍ସନର ପୂର୍ବତନ ଏକ୍ସୁକେଟିଭ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦଙ୍କୁ ଅକ୍ଟୋବର ୬ ଯାଏଁ ଜୁଡିସିଆଲ୍ କଷ୍ଟଡିରେ ପଠାଯାଇଛି ।

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ତାଙ୍କୁ ଗିରଫ କରାଯାଇଥିଲା ।

ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ମିଳିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଜୋରଦାର ଛାନଭିନ୍ନ ଚଳାଇଛି ।

ଅଧିକ ପଢନ୍ତୁ- ଆଗକୁ କରନ ଜୋହରଙ୍କ ପାଳି କି! ଟ୍ୱିଟ୍ କରି କହିଲେ ଏମିତି

ସୂଚନାଯୋଗ୍ୟ, ଡ୍ରଗ୍ସ ଲିଙ୍କରେ ଏନସିବି ଜେରାର ସମ୍ମୁଖୀନ ହୋଇଛନ୍ତି ସାରା ଅଲ୍ଲୀ ଖାନ, ରକୁଲ ପ୍ରିତ ସିଂହ, ଶ୍ରଦ୍ଧା କପୁର ଓ ଦୀପିକା ପାଦୁକୋନ୍ ଭଳି ନାମୀଦାମୀ କଳାକାର ।

ଅଧିକ ପଢନ୍ତୁ- ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ସ ଲିଙ୍କରେ ଆଉ ଜଣଙ୍କୁ ଗିରଫ କଲା ଏନସିବି

Leave A Reply

Your email address will not be published.