Latest Odisha News

BREAKING NEWS

ରାହୁଲଙ୍କୁ ଝଟକା; ଓ୍ବାୟନାଡରେ ୨୦୧୯ ତୁଳନାରେ କମ୍ ଲୋକ ଦେଇଛନ୍ତି ଭୋଟ୍

ନୂଆଦିଲ୍ଲୀ: ଏକଜିଟ୍ ପୋଲ ଆକଳନକୁ ନେଇ ଏବେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ତେବେ କେରଳର ଓ୍ବାୟନାଡ ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ୨୦୧୯ ତୁଳନାରେ ଏଥର ହ୍ରାସ ପାଇବ ବୋଲି କେରଳର ଏକଜିଟ୍ ପୋଲ ଆକଳନ କରିଛି ।

କେରଳର ଏକଜିଟ୍ ପୋଲ ରେ କେରଳ ଲୋକସଭା ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ କରିଥିବା ୟୁନାଇଟେଡ୍ ଡେମୋକ୍ରେଟିକ ଫ୍ରଣ୍ଟ (ୟୁଡିଏଫ୍) କ୍ଲିନ୍ ସୁଇପ୍ କରିବା ନେଇ ପୂର୍ବାନୁମାନ କରାଯାଇଛି । ଏଥିରେ ୟୁଏଫ୍ ୧୬ ଟି ସିଟ୍ ଏବଂ ଏଲଡିଏଫ୍ ମାତ୍ର ୨ ସିଟ୍ ହାସଲ କରିବ ବୋଲି ଆକଳନ ହୋଇଛି । ଯେତେବେଳେ କି ଏହି ଦୁଇଟି ସିଟ୍ କୁ ନେଇ କଡା ଟକ୍କର ରହିଛି ।

ଏକଜିଟ୍ ପୋଲ ଆକଳନ କରିଛି ଯେ, ଯଦି ୨୦୧୯ ରେ ରାହୁଲ ୬୪ ପ୍ରତିଶତ ଭୋଟ୍ ପାଇଥିଲେ, ତେବେ ଏଥର ତାଙ୍କର ଭୋଟ୍ ଅଂଶ ୫୦ ପ୍ରତିଶତ ହ୍ରାସ ପାଇବ । ତେବେ ଆକଳନ ଅନୁଯାୟୀ, ଚଳିତଥର ମଧ୍ୟ ବିଜେପିକୁ ଏଠାରେ କୌଣସି ଆସନ ମିଳିବାର ସୁଯୋଗ ନାହିଁ ।

ସେହିପରି କେରଳର ଅଲଥୁର ଓ କନ୍ନୁରରେ ଫଳାଫଳ ମଧ୍ୟ କୌଣସି ବି ଦଳ ସପକ୍ଷେରେ ଯାଇପାରେ ବୋଲି ଆକଳନ ହୋଇଛି । ଅନ୍ୟପଟେ, ବିଜେପି ଥିରୁଅନନ୍ତପୁରମ୍ ଓ ପଥାନାମତିଟ୍ଟାରେ ବିଜେପି ଦ୍ବିତୀୟ ସ୍ଥାନରେ ରହିବ । ସେହିପରି ଥ୍ରିସୁରରେ ବିଜେପି ଏଲଡିଏଫ୍ ପରେ ତୃତୀୟ ସ୍ଥାନରେ ରହିବ ବୋଲି ଏକଜିଟ୍ ପୋଲ ଆକଳନ କରିଛି ।

Leave A Reply

Your email address will not be published.