Latest Odisha News

ଏକଜିଟ୍ ପୋଲ ଦେଲା ବଡ଼ ଇସାରା, ଓଡ଼ିଶାରେ ବିଜେଡିକୁ ଝଟକା?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଭୋଟ୍ ଦାନ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ଆଉ ନିର୍ଦ୍ଦାରିତ ସମୟ ଅନୁଯାୟୀ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବ୍ୟାପକ ଫାଇଦା ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି)କୁ ବଡ଼ ଝଟକା ଲାଗିବ ବୋଲି ଆକଳନ କରାଯାଇଛି।

ଇଣ୍ଡିଆ ଟିଭି ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ୍ ଅନୁଯାୟୀ, ୨୧ଟି ଲୋକସଭା ଆସନରୁ ବିଜେପିକୁ ୧୫ରୁ ୧୭ଟି ଆସନ ମିଳିଥିବା ବେଳେ ବିଜେଡି ଓ କଂଗ୍ରେସ ଗୋଟିଏ ଆସନ ରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି।

ଏହାପୂର୍ବରୁ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ମଧ୍ୟ ପିଟିଆଇକୁ ସାକ୍ଷାତକାର ଦେଇ ମଧ୍ୟ ସମାନ ପ୍ରକାର ଆକଳନ କରିଥିଲେ। ହେଲେ ବିଜେଡି ଏଠାରେ ଅଲଗା କିଛି ଆକଳନ କରିଛି। ବିଜେଡି ୨୧ଟି ଲୋକସଭାରୁ ଅଧିକାଂଶ ଆସନରେ ଜିତିବ ବୋଲି ଆକଳନ କରିଛ। ଏବେ ଅପେକ୍ଷା ଜୁନ ୪ ଫଳାଫଳ କଣ ହେବ।

ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ବିଜେପିର ଲୋକସଭା ଆସନ ବଢିବ ବୋଲି ଇସାରା ମିଳିଛି ଏହାର ଅର୍ଥ ଗତ ନିର୍ବାଚନ ତୁଳନାରେ ବିଜେପିର ସାଂସଦ ସିଟ୍ ମଧ୍ୟ ବଢ଼ିବ।

୨୦୧୪ ପରେ ଯେତେ ନିର୍ବାଚନ ହୋଇଛି ଯଦି କାହାର ଆକଳନ ପାଖାପାଖି ସମାନ ହୋଇଛିି ସେହି ସଂସ୍ଥା ହେଉଛି ଇଣ୍ଡିଆ ଟୁଡେ ଏବଂ ଆକ୍ସିସ ମାଇ ଇଣ୍ଡିଆ ଏକଜିଟ୍ ପୋଲ ରିପୋର୍ଟ।

Leave A Reply

Your email address will not be published.