Latest Odisha News

କରୋନା ଯୁଦ୍ଧରେ ହାରିଗଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ରାଉତରାୟଙ୍କର କିଛି ସମୟ ତଳେ ଦେହାନ୍ତ ହୋଇଛି । ମେ ମାସ ପ୍ରଥମ ସପ୍ତାହରେ ସେ ପଜିଟିଭ୍ ଥିବା ଜଣାପଡିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା ।

ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

୧୯୯୦ ମସିହାରୁ ୨୦୧୯ ମଧ୍ୟରେ ସେ ୬ ଥର ଭଦ୍ରକ ବାସୁଦେବପୁର ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ଜନତା ଦଳ ପକ୍ଷରୁ ଦୁଇ ଥର ଓ ବିଜେଡି ପକ୍ଷରୁ ମୋଟ ୪ ଥର ବିଧାୟକ ହୋଇଛନ୍ତି । ଏହି ସମୟ ମଧ୍ୟରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି । ଶ୍ରୀ ରାଉତରାୟ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ।

ଶ୍ରୀ ରାଉତରାୟଙ୍କ ପୁରା ପରିବାର କୋଭିଡ୍ ଆକ୍ରାନ୍ତ ଥିବା ଜଣାପଡିଛି ।

Comments are closed.