କଟକ: କଟକ ଏସସିବି ମେଡିକାଲର ପୁନର୍ବିନ୍ୟାସ କରିବା ପାଇଁ ପ୍ରଥମ ପର୍ୟ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ତିନି ଦିନ ପୂର୍ବରୁ ଏସସିବି ମେଡିକାଲ ପୁନର୍ବନ୍ୟାସ ପ୍ୟାକେଜକୁ ଅନୁମୋଦନ ମିଳିବା ପରେ କଟକ ଜିଲ୍ଲାପାଳ ଓ କଟକ ମହାନଗର ନିଗମ ଡାକ୍ତରଖାନା ପରିସରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।
ମିଳିଥିବା ଖବର ମୁତାବକ, ଯୋବ୍ରା ଅଂଚଳର ଖଲାସୀ ଲେନରେ ଥିବା ଜଳ ଉତ୍ସ ବିଭାଗର ପୁରୁଣା କ୍ୱାର୍ଟର ଗୁଡିକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଉଚ୍ଛେଦ ପ୍ରକ୍ରିୟା ପୂର୍ବରୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୈନି ଏସସିବି ଡାକ୍ତରଖାନା ପରିସର ବୁଲିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାଜେକ ସମ୍ପର୍କରେ ଲୋକମାନଙ୍କ୍ୁ ସଚେତନ କରିଛନ୍ତି । କଟକ ମହାନଗର ନିଗମର ପରାମର୍ଶରେ ପାଖାପାଖି ତିନିଶହ ପ୍ରଭାବିତ ପରିବାରକୁ ଯୋବ୍ରା ବ୍ରିଜ୍ ଅପରପାଶ୍ୱର୍ର ଥଇଥାନ କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଥିଲେ ।
Comments are closed.