Latest Odisha News

BREAKING NEWS

ଦଶମ ଶ୍ରେଣୀ ସିଲାବସ୍‌ରେ ସାମିଲ ହେଲା ଟ୍ରାଫିକ ପାଠ

ଭୁବନେଶ୍ୱର: ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେ ଟ୍ରାଫିକ ପାଠ । ଏଥିପାଇଁ ଦଶମ ଶ୍ରେଣୀ ସିଲାବସରେ ସଡକ ସୁରକ୍ଷା ବିଷୟକୁ ସାମିଲ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଅବଗତ ହେବେ ଛାତ୍ରଛାତ୍ରୀ । ଏନେଇ ସଡକ ସୁରକ୍ଷା ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି ପରିବହନ କମିସନର ସଂଜୀବ ପଣ୍ଡା ।

ଦିନକୁ ଦିନ ବଢ଼ୁଥିବା ସଡକ ଦୁର୍ଘଟଣା ରୋକିବା ପାଇଁ ସ୍କୁଲ ପିଲାଙ୍କୁ ସଚେତନ କରିବା ଆବଶ୍ୟକ ରହିଛି । ତେଣୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟ ସାମିଲ ନେଇ ଆଜି ଏହି ବୈଠକ ବସିଥିଲା । ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ସିଲାବସ୍‌ରେ ସଡକ ସୁରକ୍ଷା ବିଷୟ ରଖାଯିବା ନେଇ ନିଷ୍ପତି ନିଆଯାଇଛି । ତେବେ ସଡକ ସୁରକ୍ଷା ବିଷୟରେ କିଭଳି ବିଷୟବସ୍ତୁ ରହିବ ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେବେ । ଏହି ବୈଠକରେ କମିଶନର ସଂଜୀବ ପଣ୍ଡା,ଗୃହ ବିଭାଗର ଅଧିକାରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ନୂତନ ମୋଟରଯାନ ଆଇନ ଆସିବା ପରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବାଇକ ଚଢ଼ିବା ନେଇ ବାରଣ କରାଯାଇଛି । କୌଣସି ବି ପରିସ୍ଥିତିରେ ୧୮ ବର୍ଷରୁ କମ୍ ତଥା ଯୁକ୍ତ୨ ଛାତ୍ରଛାତ୍ରୀ ଗାଡି ଚଳାଇବେ ନାହିଁ ବୋଲି ସରକାର ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.