Latest Odisha News

ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ମଙ୍ଗଳବାର ଦିନ କୋରାପୁଟ, ରାୟାଗଡା, ଗଜପତି ଏବଂ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଦକ୍ଷିଣ ଓଡିଶାର କିଛି ସ୍ଥାନ ଏବଂ ଉତ୍ତର ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଆଇଏମ୍‌ଡି।

ଲଘୁଚାପ ପୟଭାବରେ ନଭେମ୍ବର ୧୮ରେ ବଙ୍ଗୋପସାଗର ବେଳାଭୂମିରେ ପବନର ବେଗ ୪୦ରୁ ୫୦ କିଲୋମିଟରରୁ ଆରମ୍ଭ ହୋଇ ୬୦ କିଲୋମିଟର ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ଏହି ଦିନ ଗଭୀର ସମୁଦ୍ର ଅଞ୍ଚଳରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଏବଂ ଦକ୍ଷିଣ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ, ନୟାଗଡ଼ ଏବଂ ଅନୁଗୁଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି।

ଦକ୍ଷିଣ ଉପକୂଳ ଓଡିଶା, କୋରାପୁଟ, ମାଲକାନଗିରି, ରାୟଗଡା, କନ୍ଧମାଳ, ବୌଦ୍ଧ ଏବଂ ରାଜ୍ୟର ଅନ୍ୟ ଗୋଟିଏ କିମ୍ବା ଦୁଇଟି ଦୁଇଟି ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମ୍‌ଡି।

ନଭେମ୍ବର ୧୭ରେ ମାଲକାନଗିରି, କୋରାପୁଟ, ରାୟାଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କନ୍ଧମାଳରେ ସମାନ ସ୍ଥିତି ଉପୁଜିବାର ହେବାର ସମ୍ଭାବନା ରହିଛି।

ନଭେମ୍ବର ୧୮ ରେ ଦକ୍ଷିଣ ଉପକୂଳ ଓଡିଶା, ମାଲକାନଗିରି, କୋରାପୁଟ, ରାୟାଗଡା ଏବଂ ଅନ୍ୟାନ୍ୟ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି।

Comments are closed.