Latest Odisha News

BREAKING NEWS

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଏଥର ୭ଟି ଗ୍ରାମ ପଞ୍ଚାୟତରେ ହେବନି ନିର୍ବାଚନ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ପଞ୍ଚାୟତ ପ୍ରସ୍ତୁତି । ଏଥର ୬ ହଜାର ୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ ।୨୦୧୭ରେ ୬ ହଜାର ୮୦୧ ପଞ୍ଚାୟତରେ ନିର୍ବାଚନ ହୋଇଥିଲା ।ଏଥର ୭ ଟି ପଞ୍ଚାୟତ ଏନଏସସିରେ ମିଶିଛିା ତେଣୁ ସେସବୁ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ । ବାଲେଶ୍ୱର ଜିଲ୍ଲା ରେମୁଣା ଏନଏସିର ୪ ଟି ପଞ୍ଚାୟତ ,ନୟାଗଡ ଜିଲ୍ଲା ଓଡଗାଁ ଏନଏସିରେ ୨ ଟି ଏବଂ ବରଗଡ ବିଜେପୁର ଏନଏସିରେ ଗୋଟିଏ ପଞ୍ଚାୟତ ସାମିଲ ହୋଇଛି ।

ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୯୧୯୧୬ ୱାର୍ଡ ମଧ୍ୟରୁ ୪୯୪୬୯ ୱାର୍ଡ ମେମ୍ବର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିିଛି ।ଏନେଇ ରାଜ୍ୟ ନିର୍ବାଚନ କମିସନ ସଚିବ ରବିନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ମୋଟ ୯୧୯୧୬ ୱାର୍ଡରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୧୨୦୩୧ୱାର୍ଡ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।ଅପର ପକ୍ଷରେ ୬୭୯୪ ଟି ପଞ୍ଚାୟତ ମଧ୍ୟରୁ ୩୫୦୦ ଟି ସରପଞ୍ଚ ଆସନ ମିହଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୭୭୮ଟି ଆସନ ସଂରକ୍ଷିତ ରଖାଯାଇଛି ।

୬୭୯୩ ସମିତି ସଭ୍ୟ ଆସନ ଭିତରୁ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି ।ପଛୁଆ ବର୍ଗଙ୍କ ପାଇଁ ୯୧୩ ଟି ଆସନ ସଂରକ୍ଷିତ ରଖାଯାଇଛି ।ଏଥର ୬୭୯୪ ଗ୍ରାମ ପଞ୍ଚାୟତରେ ହେବ ପଞ୍ଚାୟତ ନିର୍ବାଚନ ହୋଇଥିଲା ।ସେହିପରି ୧୧୧ ଟି ୱାର୍ଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ନାହିଁ ।ସମୁଦାୟ ୯୧୯୧ ୬ ୱାର୍ଡରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.