Latest Odisha News

BREAKING NEWS

କେନ୍ଦୁଝର: ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଦିନ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ମୃତ ମହିଳାଙ୍କ ନାମ ଝୁନୁମୁଣ୍ଡା ଓ ସେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଶୁଆକାଠି ଗ୍ରାମର ଯୋଗେନ୍ଦ୍ର ମୁଣ୍ଡାଙ୍କ ପତ୍ନୀ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାତିରେ ଝୁନୁଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ସ୍ୱାମୀ ଆଶା ଦିଦିଙ୍କୁ ଫୋନ୍ କରିଥିଲେ । ମାତ୍ର ଆଶା ଦିଦି ତାଙ୍କୁ ଅଟୋରେ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ।

ପରବର୍ତ୍ତୀ ସମୟରେ ଯୋଗେନ୍ଦ୍ର ପ୍ରାୟ ରାତି ୧ଟାରେ ସ୍ତ୍ରୀଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। ସଙ୍ଗେସଙ୍ଗେ ଚିକିତ୍ସା ନମିଳିବା ତଥା ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଯୋଗେନ୍ଦ୍ର ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଡାକ୍ତର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ସେ କହିଛନ୍ତି। ଆହୁରିମଧ୍ୟ ଝୁନୁଙ୍କୁ ଯାଞ୍ଚ କରିଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ପୂର୍ବରୁ ତାଙ୍କ ଶରୀରରେ ରକ୍ତ କମ୍ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ପରିବାର ଲୋକେ ହସ୍ପିଟାଲରେ ଆଡମିଟ୍ ନକରି ଘରକୁ ନେଇଯାଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.