Latest Odisha News

BREAKING NEWS

ଅଖିଳେଶଙ୍କୁ ଭେଟିଲେ ବିଏସପିର ବିଦ୍ରୋହୀ ବିଧାୟକ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି)ରେ ବଡ ଧରଣର ବିଦ୍ରୋହ ଦେଖିବାକୁ ମିଳିଛି । ଫଳରେ ଦଳ ଦୁଇ ଫାଳ ହେବାକୁ ବସିଛି । ଉତରପ୍ରଦେଶରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାରୁ ସମସ୍ତ ପାର୍ଟି ଏବେଠାରୁ ସେମାନଙ୍କ ରଣକୌଶଳ ଆରମ୍ଭ କରି ଦେଇଛନ୍ତି । ବିଏସପିର ୯ ବିଧାୟକ ମାୟାବତୀଙ୍କ ବିରୋଧରେ ଖୋଲାଖୋଲି ଭାବେ ବିଦ୍ରୋହ କରିଛନ୍ତି ।

ପାର୍ଟିରୁ ବରଖାସ୍ତ କରାଯିବା ପରେ ଏବେ ସମାନେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ଏହି ବିଧାୟକମାନେ ଖୁବ୍ ଶୀଘ୍ର ଏସପିରେ ସାମିଲ ହୋଇପାରନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ମାୟାବତୀଙ୍କ ପାର୍ଟିର ଆଉ କେତେ ଜଣ ବିଧାୟକ ନୂତନ ଦଳ ଗଠନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.