ପୁରୀ: ହ୍ୟୁମାନ୍ସ ଆର ନଟ ଫ୍ରମ ଆର୍ଥ ଏ ସାଂଇଟିଫିକ ଇଭାଲୁଶନ ଅଫ ଦି ଏଭିଡେନ୍ସ ନାମକ ପୁସ୍ତକରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ପ୍ରମାଣ ସହ ଉଲ୍ଲେଖ କରାଯାଇଛି ଯେ, ଏଲିୟନରୁ ମଣିଷରୁ ସୃଷ୍ଟି । ଏହା ଉପରେ ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ମତରେ ପୃଥିବୀ ପୃଷ୍ଠର ପାଣିପାଗ ଏବଂ ପରିବେଶ ମଣିଷ ପାଇଁ ଉପଯୁକ୍ତ ନୁହେଁ । ସୂର୍ଯ୍ୟଙ୍କ କିରଣଠାରୁ ଆରମ୍ଭ କରି ବନ୍ୟା ଓ ଖରାପ ପାଣିପାଗରେ ସାଧାରଣ ମଣିଷ ତିଷ୍ଠିପାରେ ନାହିଁ । ଡଃ ଏଲିସ ସିଲଭରଙ୍କ ମତରେ ଏଲିୟନଙ୍କଠାରୁ ମଣିଷର ଉତ୍ପତି ହୋଇଛି । ଏହା ଏକ କ୍ରସ ବିଡିଂ ପ୍ରୋସେସ କହିଲେ ଭୁଲ ହେବନି । ମଣିଷ ଦୁଇ ଗୋଡରେ ଛିଡା ହେବା ଏହାର ଏକ ପ୍ରମୁଖ କାରଣ । ଯେତେଦୂର ସମ୍ଭବ ମଣିଷ କମ ଗୁରୁତ୍ୱଆକର୍ଷଣ ଥିବା କୌଣସି ଏକ ଗ୍ରହରେ ଜନ୍ମ ଗ୍ରହଣ କରିଥିଲା ।ଆମର ପଡୋଶୀ ସୌରମଣ୍ଡଳ ଆଲଫା ସେଂଟାରୀ ଜୀବଙ୍କ ସହ କ୍ରସବିଡିଂ କରାଯାଇ ନିଏଣ୍ଡରଥାଲ ମାନବକୁ ସୃଷ୍ଟି କରାଯାଇଥିଲା । ଏହା ପରେ ମଣିଷର ସୃଷ୍ଟି । ୬୦ ହଜାରରୁ ୨ଲକ୍ଷ ବର୍ଷ ମଧ୍ୟରେ ମଣିଷର ସୃଷ୍ଟି ହୋଇଛି । ଏକପ୍ରକାର କୃତ୍ରିମ ପ୍ରକ୍ରିୟାରେ ମଣିଷର ସୃଷ୍ଟି ହୋଇଥିବାରୁ ସର୍ବଦା ରୋଗଗ୍ରସ୍ତ ରହିଥାଏ ବିଶ୍ୱର ଏହି ବୁଦ୍ଧିମାନ ପ୍ରାଣୀ ବୋଲି ସେ କହିଛନ୍ତି । ସେହିପରି ଆରଏଚ ନେଗେଟିଭ ରକ୍ତର ରହସ୍ୟ ମଧ୍ୟ ଉଜାଗର ହୋଇପାରୁ ନାହିଁ ।
BREAKING NEWS
- ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢାଉ
- ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତ
- ରାହୁଲ ଗାନ୍ଧୀଙ୍କ ବିରୋଧରେ ‘ନ୍ୟାସନାଲ ହେରାଲ୍ଡ’ ମାମଲା: ଆଜି ଇଡି କାର୍ଯ୍ୟାଳୟ ଘେରିବ କଂଗ୍ରେସ
- ୧୦ ମିନିଟରେ ଘରେ ବସି ପାଆନ୍ତୁ ନୂଆ ସିମ୍ !
- ରଥଯାତ୍ରାରେ ‘ଏଆଇ’ର ନିଆଯିବ ସହଯୋଗ, ଭିଡ ନିୟନ୍ତ୍ରଣ କରିବ ଡ୍ରୋନ କ୍ୟାମେରା
- ଆହୁରି ୩ ଦିନ କାଳବୈଶାଖୀ! ପ୍ରବଳ ବର୍ଷା ପାଇଁ ଆଜି ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ଦୁର୍ଲଭ ନବପଞ୍ଚମ ରାଜଯୋଗ:ଏହି ତିନି ରାଶି ଉପରେ ପଡିବ ଅଧିକ ପ୍ରଭାବ
- ଶ୍ରୀ ଭାଗବତ ସାର ୮: ଗୀତା ରୂପକ ଦୁଗ୍ଧରେ ମହୁ ମିଶାଇଲେ ଯାହା ହୁଏ ତାହା ହିଁ ଶ୍ରୀମଦ ଭାଗବତ
- ଏବର୍ଷ ମୌସୁମୀରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ: ଆଇଏମ୍ଡି
- ଏୟାରଟେଲ, ଜିଓକୁ ମାତ ଦେଲା ଭଳି ବିଏସଏନଏଲର ଏହି ରିଚାର୍ଜ ପ୍ୟାକ
Comments are closed.